ବର୍ଷାରେ ନିଆଁ
ବର୍ଷାରେ ନିଆଁ
ଝର୍କା ଖୋଲି ବସିଛି ମୁଁ
ଦିଶେ ତୁମ ମୁହଁ
ତୁମେ ଅଛ ଦୂରେ
ତଥାପି ପାଏ ତୁମ ଦେହ ।
ବର୍ଷାରେ ନିଆଁ ଲାଗି
ମୋତେ ଜାଳି ଦିଏ
ଦୂର ପରବାସୀ ପ୍ରିୟ
ତୁମକୁ ବାଉଳି ହୁଏ।
ଦୀର୍ଘଶ୍ଵାସ ଘନ ଘନ
ବିରହରେ ଏ ମନ
ବାରମ୍ବାର କଡ଼ ଲେଉଟାଇ
ଦଗ୍ଧ ହୁଏ ବିଦଗ୍ଧ ପ୍ରାଣ।
ନିଆଁ ଲଗା ଯୌବନ
ସାଥି ବିନେ ଜଳେ
ବୟସ ଜୁଇରେ ନିତି
ହୃଦୟକୁ ଜାଳେ।
ସାଥି ସଙ୍ଗ ସାଥି ଛୁଆଁ
ପାଇବାକୁ ଆକୁଳ
ଦହଗଞ୍ଜ କରି ମାରେ
କରାଇ ଡହଳ ବିକଳ।
ବର୍ଷାରେ ! ନିଆଁ ଆଉ
ଲଗାନା ଦେହରେ
ପରବାସେ ପତି ମୋର
ମନେ ପଡିବି କାଳେ।
ଯାହା କଷ୍ଟ ଦେ ମୋତେ
ତାଙ୍କୁ ତୁ ନ ଦେବୁ
ନିସଙ୍ଗ ଜୀବନ ତାଙ୍କ
କାହିଁକି ଦୁଃଖ ଦେବୁ?
ରହିଥାନ୍ତୁ ସୁଖରେ ସେ
ହେଉ ମୋତେ କଷ୍ଟ
ସର୍ବ ମଙ୍ଗଳେ ରଖନ୍ତୁ
ପ୍ରାର୍ଥନା ହେ ଇଷ୍ଟ।