STORYMIRROR

Satyabati Swain

Romance

3  

Satyabati Swain

Romance

ବିରହ ଗୀତ

ବିରହ ଗୀତ

1 min
359

ଅବରୁଦ୍ଧ ଅଭିମାନ

ଯେତେବେଳେ

ସଂଚରିଯାଏ

ହୃଦୟର ଅଦେଖା କନ୍ଦରେ

ବିରହ

ହୋଇଯାଏ

ଚମତ୍କାର ଗୀତ

ତୁମେ ସେତେବେଳେ ହୋଇଯାଅ

ସ୍ପଷ୍ଟ ଦିବାଲୋକ ପରି

ସ୍ବଭାବିକ

ଚଳ ଚଞ୍ଚଳ ମୋ ଭିତରେ।


ଦୋହଲି ଯାଏ ମଞ୍ଜ

ଚାରିକାନ୍ଥ

ଉତ୍କଣ୍ଠିତ ଆବେଗ ମୋର

ଉତୁରୀ ଆସନ୍ତି ଭାତ ହାଣ୍ଡି ପେଜ ପରି

ତୁମ ସ୍ପର୍ଶ ,ସାନିଧ୍ୟ

ମନେ ଆଣେ ଫଗୁଣ ଅବିର।


ଋତୁମାନେ ଋତୁମତୀ ହୋଇ

କୁହନ୍ତି ଲୋ ଫୁଲେଇ

ଜୀବନ ତ 

ଅନୁଭବର 

ଜୀଇଁବାର

ପ୍ରସବ ବେଦନାରେ ଛଟ ପଟ ହେବାର ନାଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance