ହସୁଛି ଶ୍ରାବଣୀ
ହସୁଛି ଶ୍ରାବଣୀ
କେତେ କେତେ ଦିନ ପରେ, ଆଶାରେ ଆଶା ମରେ,
ନୟନକୁ ମେଲି ଦେଖେ ଆସିବ ବୋଲି ଥରେ.
ଦେଖେ ଯେବେ ଚଲା ବାଦଲକୁ ଏ ଆକାଶରେ,
ଆଶା ଆକାଂକ୍ଷାକୁ ମାରି ସେ ମନେ ମନେ ଝୁରେ.
କେବେ ସେ ବୁଝିବ ସତେ ତା ହୃଦୟ ବେଦନା,
ବଳି ତ ଗଲାଣି ସବୁ ଦେଇରେ ନରକ ଯାତନା.
ସେ ଯାତନା ଯାଏ ଯେବେ ମରମ ଛୁଇଁ ଛୁଇଁ,
ସହି ତ ପାରେନା ବିରହ, କାନ୍ଦେ କଇଁ କଇଁ.
ମନେ ମନେ ଝୁରେ ସେ ନୀଳ ଆକାଶକୁ ଚାହିଁ,
ଦେଖିବ ବୋଲି ଆକାଶେ କଳା ବାଦଲ ଛାଇ.
ନୀଳ ଆକାଶୁ ଯେବେ ଝରେ ଟୁପୁ ଟୁପୁ ପାଣି,
ଶ୍ରବଣର ପରଶ ପାଇ ହସୁଛି ଶ୍ରାବଣୀ....
କାହିଁ ଥିଲ ଏତେ ଦିନ ?ଗଲ କି ଗୋ ପାଶୋରି ?
ଶ୍ରାବଣୀ କହେ, ବିରହେ ସେ କାନ୍ଦେ ଝୁରି ଝୁରି.
କହିଥିଲ ବାରେ ବାରେ ଆସିବ ସମୟରେ,
ସମୟ ତ ଆସିଲା, ନ ଆସିଲ ତା ସାଥିରେ.
ଦେଖ ଏବେ ଏ ବନ ଲତା ବୃକ୍ଷ ଝୁରୁଛନ୍ତି,
ତୁମ ବିନା ଶୁଖି ସବୁ ତ କଣ୍ଟା ହେଇଛନ୍ତି.
ନଦୀ ନାଳ
ଯେତେ ଦେଖ ଆତୁରେ ତ କହନ୍ତି,
ଶୁଷ୍କ ତାଙ୍କ ବକ୍ଷ ଏବେ, ତୁମକୁ ତ ଝୁରନ୍ତି.
କହନ୍ତି ସଭିଏଁ କାଳେ ତୁମେ ରୁଷି କି ଗଲ,
କିବା ତୁମେ ନୂଆ କିଛି କି କପଟ କରିଲ ?
ଏବେ ତାଙ୍କୁ ସବୁ ତୁମେ ଖୁସିରେ କହିଦିଅ,
ହସୁଛି ଶ୍ରାବଣୀ କହି, ସୁନ୍ଦରେ ଝରିଯାଅ...
ଦେଖ ଏବେ ତୁମ ପରସେ ହେବ ସତେଜତା,
ଫେରିବ ଚଉଦିଗେ ପୁଣି ସେଇ ସବୁଜତା.
ବନ ଲତା ବୃକ୍ଷ ସବୁ ଖିଲି ଖିଲି ହସିବେ,
ତୁମକୁ ଆଉ କେହି ଲାଞ୍ଛନା ବି ତ ନ ଦେବେ.
ନଦୀ ନାଳ ତ ପାଇ ତୁମ ପରସ ବୁକୁରେ,
ଫେଡ଼ିବେ ବି ଶୁଷ୍କତା ତାଙ୍କ ନିର୍ଝର ଜଳରେ.
କେତେ କେତେ ଫୁଲ ଫୁଟି ଏ ଧରଣୀ ବକ୍ଷରେ,
ଖେଳିବେ ଭ୍ରମର ସଙ୍ଗେ ବି କେତେ ଆନନ୍ଦରେ.
ସବୁ ଦେଖି ପୁଲକ୍କିତ ହେବ ଧରଣୀ ରାଣୀ,
ଲାଜେ ଲାଜେ ଲୁଚି ଲୁଚି ଦେଖିବ ତ ଶ୍ରାବଣୀ.
ନାଲି ଟୁକୁ ଟୁକୁ ସାଧବ ବୋହୁକୁ ଦେଖିବ,
ହସୁଛି ଶ୍ରାବଣୀ, ସତେ କିଛି କଥା କହିବ.......