ସଜପଖାଳ
ସଜପଖାଳ


ମୁଁ ଆଜି ଝୁମି ଝୁମି ନାଚୁଛି
ନାଚି ନାଚି ଗାଉଛି
ମୋ ପ୍ରିୟା ପଖାଳ କଂସା
ମୋତେ ଚାହିଁ ବସିଛି ।
କହନ୍ତି ଗାଁ କନିଆଁ ସିଏ ସିଙ୍ଘାଣିନାକୀ
ସୁଆଦ ତା ନୁହେଁ ମିଠା ତୁଚ୍ଛା ପାଣି ବହକି
ଫେସନେ ଗରମ ଛୁଙ୍କ ନାହିଁ
ଲୋକେ କହନ୍ତି କିଛି ।
ମୋ ପ୍ରିୟା ପଖାଳ ।
ପିଜା ବରଗର ପେଷ୍ଟ୍ରୀ କାଳେ ଭାରି ସିହାଣୀ
ଡଉଲଡାଉଲ ଠାଣି ଭାଉ କେତେ କେଜାଣି
ଶୁଣି ଦେଲେ ନାଆଁ ତାଙ୍କ
ଲାଳ ଗଡ଼ି ପଡୁଛି ।
ମୋ ପ୍ରିୟା ପଖାଳ ।
ଅଲାଜୁକ ହୀନ ବୁଦ୍ଧି ଅଟେ ଅବିବେକ
ଚିହ୍ନେ ନାହିଁ ମାତୃଭାଷା ଖାଦ୍ୟ ଗୁଣ ସୁମହତ୍ତ୍ୱ
ନୀଚ୍ଚାଧମ ରୋଗ ଦୁଃଖେ
ଘାଣ୍ଟି ହୋଇ ମରନ୍ତି
ମୋ ପ୍ରିୟା ପଖାଳ ।