ସୀତା ବିବାହ ( ଗୀତି ରାମାୟଣ ଭାଗ-୬
ସୀତା ବିବାହ ( ଗୀତି ରାମାୟଣ ଭାଗ-୬
ରାମ ଲକ୍ଷ୍ମଣ ସହ ବିଶ୍ଵାମିତ୍ର,
ମିଥିଳାରେ ହେଲେ ଆସି ପ୍ରବେଶ
ରାମ ଆସିବାର ଜାଣି ପ୍ରକୃତି,
ଶୋଭା ନନ୍ଦନ ବନ ର ଆକୃତି,
ନଗରୀ, ସେ କି ନବ ନାଗରୀ,
ଦିଶେ ତେମନ୍ତ ମିଥିଳା ସୁନ୍ଦରୀ ।
ମିଥିଳା ରାଜ କୁମାରୀ ମୈଥିଳୀ,
ସ୍ଵୟମ୍ଵର ସଜ ଲାଗେ ଗହଳି
ଦ୍ଵାରେ ଦ୍ଵାରେ ରମ୍ଭା ତରୁ ମଣ୍ଡିତ,
ପୂର୍ଣ୍ଣକୁମ୍ଭ ତଳେ ରତନ ଦୀପ
ଉପମା,ଅନବଦ୍ୟ ସୁଷମା,
ଅଳକା ଭୁବନ ନୁହେଁ ତୁଳନା ।
ମିଥିଳା ନଗରୀ ରାଜା ଜନକ
,କରିଛନ୍ତି ବଡ ଯାକ ଯମକ
ଭୂମି ସୁତା ସୁକୁମାରୀ “ସୁନ୍ଦରୀ, ପାଇଁ
” ସ୍ଵୟମ୍ଵର ଅଛନ୍ତି କରିବିବାହ,
ଯେହୁ ଶିବଧନୁ ରେ, ଗୁଣ ଦେବ ସୀତା ବରିବେ ତାରେ ।
ଆସିଛନ୍ତି ବହୁ ରାଜ କୁମର,
ଯକ୍ଷ,ରାକ୍ଷସ,ଦେବତା ଆବର
ଦେବ ରୁଷି,ଗନ୍ଧର୍ବ ଯେ ସକଳ,
ରୁଣ୍ଡ ହୋଇଛନ୍ତି ଯେ ସଭା ସ୍ଥଳ
ଶ୍ରୀରାମ, ବିଶ୍ଵାମିତ୍ର ଲକ୍ଷ୍ମଣ,
ଉପଗତ ଆସି ସଭା ସଦନ ।
ସଭାରେ ଉଦିତ “ଭାନୁ ସମାନ, ଶ୍ରୀରାମ”
ଜାନକୀ ସତେ କି ଜହ୍ନ
ମଧ୍ୟେ ଶିବ ଧନୁ ଘନେ ବିଜୁଳି,
ଶୋଭା ଅବର୍ଣ୍ଣନ ଅଳକା ପୁରୀ
ବୈକୁଣ୍ଠ, ତେଜିଣ ନାରାୟଣ,
ଲକ୍ଷ୍ମୀ ଙ୍କ ସହିତ ଅବା ଆସିନ ।
ସ୍ଵୟମ୍ଵର ସଭା ରାଜା ଜନକ,
ସମ୍ଵୋଧି କୁହନ୍ତି ହେ ସଭା ସଦ
ଯେହୁ ଶିବଧନୁ କରିବ ଭଗ୍ନ,
ବରଣ ମାଳା ତା ଗଳେ ଶୋଭନ
ହୋଇବ, କନ୍ୟା ମୋ ବଈଦେହୀ
, ବରିବ ବରଣ ମାଳା ପିନ୍ଧାଇ ।
ପ୍ରୟାସେ ହୋଇଲେ ସର୍ବେ ନିଷ୍ଫଳ,
ଲାଜେ ମୁହଁ ପୋତି ଦେଲେ ସକଳ
ଲଙ୍କାର ରାଜନ ବିଶ୍ରବା ସୁତ,
ଉଠାଇ ନପାରି ଧନୁ ରାକ୍ଷସ
ଲାଜରେ, ସଭାରୁ ପଳାଇଲା,
ବିଶ୍ଵାମିତ୍ର ରମେ କୁହନ୍ତି ଭଲା ।
ପ୍ରଭୁ ବୀର ରାମ ଚନ୍ଦ୍ର ଠାକୁର,
ଶିବଧନୁ ଯାଅ ଧାରଣ କର
ଏ ଅଟଇ ପରା ବିଧି ନିର୍ବନ୍ଧ,
ରାମ ସୀତା ଯୁଗ ଯୁଗ ସମ୍ଵନ୍ଧ
ଆଦେଶ, ଦିଅନ୍ତି ବିଶ୍ଵାମିତ୍ରି,
ଧନୁ ପାସେ ଶ୍ରୀରାମ ଉପଗତ ।
ସୀତୟା ରାମଙ୍କୁ ଦେଖି ବିହ୍ଵଳ,
ନବ ଦୂର୍ବାଦଳ ରାମ ଶରୀର
ରାଜିବ ଲୋଚନ ମୁଖାରବିନ୍ଦ,
ଝଟକଇ ଜ୍ୟୋତି ସହସ୍ର ସୂର୍ଯ୍ୟ
ସତେକି, ଭାଙ୍ଗିବେ ଶିବଧନୁ,
ଭୁଲି ହୁଏ ନାହିଁ ସେ ରୂପ ମନୁ ।
ସଖୀ ଙ୍କୁ କୁହନ୍ତି ମନର କଥା,
କୁହ ସଖୀ(ୟେ) ମାନବ କି ଦେବତା
କୋଟି କନ୍ଦର୍ପ ନୋହିବ ସମାନ,
ରୂପ ଆହା ସତେ କି ଅନୁପମ ମୋ ମନ,
ହେଉଅଛି ଉଛନ୍ନ, ସତେକି ଏ ହେବେ ମୋ ପ୍ରାଣଧନ ।
ଏବେଳେ ଶ୍ରୀରାମ ଧନୁ ମଣ୍ଡପେ,
ଉପଗତ ହୋଇ ଧନୁ ସମ୍ମୁଖେ
ଚିନ୍ତି ପୂର୍ବ ପୁରୁଷ ଙ୍କ ପୟରେ,
ମହାଦେବ ନାମ ସ୍ମରି ମନରେଧରିଲେ,
ଶିବଧନୁ ଆକର୍ଷି, ଦେଖି ସଭାସଦ ହୁଅନ୍ତି ଖୁସି ।
ଗୁଣ ଦେଲେ ଯେବେ ପ୍ରଭୁ ଶ୍ରୀରାମ,
ଦୁଇଖଣ୍ଡ ହେଲା ସେ ଧନୁ ଜାଣ
ସଭା ସ୍ଥଳ ଯେ ଉଛୁଳି ପଡିଲା,
ନାଦ ଶଦ୍ଦେ ତ୍ରିଭୁବନ କମ୍ପିଲା ଦେବତା,
ପୁଷ୍ପ ବୃଷ୍ଟି କରିଲେ, ଗନ୍ଧର୍ବେ ମର୍ଦଳ ବାଇ ନାଚିଲେ ।
ଦେଖି ବିଶ୍ଵାମିତ୍ର ହେଲେ ସନ୍ତୁଷ୍ଟ,
ଲକ୍ଷ୍ମଣ ଙ୍କ ମନ ହୋଇଲା ହୃଷ୍ଟ
ଏହା ଦେଖି ରାଜା ରାଣୀ ଆନନ୍ଦ,
ସୀତା ମନ ଆକାଶରେ କି ଚାନ୍ଦ
ଉଦୟ, ହୋଇଲା କି ସହସା,
ପୁରଣ ହୋଇଲା ମନର ଆଶା ।
ସୀତା ବିବାହ ପବିତ୍ର କାହାଣୀ,
ପ୍ରଫୁଲ୍ଲ ରଚିଲା ଗୀତ ରେ ଜାଣି
ରାମ ସୀତା ପଦାମ୍ଵୁଜ “ଶରଣ, ଯାଇ”
ଭାଙ୍ଗିଲି ଗୀତି ରାମାୟଣ
ବିବୁଧେ, ଦୋଷା ଦୋଷ ନଧରିବ,
ପଢି ଯମ ଦଣ୍ଡୁ ପାର ହୋଇବ ।