ସୀମନ୍ତ ସିନ୍ଦୂର
ସୀମନ୍ତ ସିନ୍ଦୂର
ଅବିରକୁ ଆଉଜି
ପଥ ଚାହେଁ
ଅଦୃଶ୍ୟ ପ୍ରତିମା
ମୋ ପ୍ରିୟତମା ॥
ନିଜକୁ ଭସାଇ
ଭାସି ଜଳି ଚାଲେ
ନିର୍ବାକ ଫଗୁଣେ
ମନର ଅତଳ ତଳେ ତା
ସବନ୍ୟା ବିଜୁଳି ଝରଣ
ଅଧରର ଅଦେଖା
ଚପଲତା
ମୁକର ବଂପିତ ଭାଷା
ମାଟିର ପ୍ରତିମା
କି ସେ ଅବା ସବୁଜିମା
ମୋ ପ୍ରିୟତମା ॥
ନିଜକୁ ନିଜେ
ମୁଁ ଚିରି ତା ପାଇଁ ଗଢିଛି
ଶଙ୍ଖା ଚୁଡି. ମୁଦି ଓ ପାଉଁଜି
ମଥାମଣି ଓଡ଼ିଆଣୀ
ରକ୍ତର ନିଗାଡ଼ି ରଙ୍ଗ
ଅଳତା ତା ପାଦେ ମୁଁ ଯେ
ସୀମନ୍ତ ସିନ୍ଦୂର ଗାର
ଅଙ୍ଗବାସ ଆବରଣ ତାର
ତେବେ ବି ଅଦେଖା ଦେଖା
କାଠର ପ୍ରତିମା
ମୋ ପ୍ରିୟତମା ॥
ବାସକ ସଜାହୃଦେ
ସାଜିତ ମନୋରଥ
ବସନ୍ତର ଆଗମନୀ
ସ୍ବପ୍ନ ପ୍ରତି ଫଳିତ
ମୋ ହୃଦୟର ନନ୍ଦନବନେ
ଅହେତୁକ ଆଶଙ୍କାର ପରିସମାପ୍ତି
ନିର୍ଜୀବ ମନର
ଅନ୍ୱେଷଣ
କୌତୁହଳ ଇନ୍ଧନ
ମୁଁ ମୋ ସ୍ବପ୍ନ ଓ ସ୍ୱପ୍ନିଳ ପ୍ରତିମା
ମୋ ପ୍ରିୟତମା ।
ତପନ କୁମାର ସାହୁ

