ସିଧାକଥା-40 ବ୍ୟଙ୍ଗ କବିତା: କ'ଣ କରିବି କୁହ
ସିଧାକଥା-40 ବ୍ୟଙ୍ଗ କବିତା: କ'ଣ କରିବି କୁହ
କଲେଜ ପିଲା ମୁଁ ନଲେଜ ବହୁତ ଭିଲେଜଠୁଁ ବହୁଦୂରେ,
ଚାଲେଞ୍ଜ ରହିଛି ମେନେଜ କରୁଛି ମନ ରହୁନାହିଁ ଘରେ |
ମାଆ କହୁଛନ୍ତି ଖାଇଦେ' ଭଲକି ସ୍ୱାସ୍ଥ୍ୟ ଭଲଥିଲେ ହେଲା,
ବାପା କହୁଛନ୍ତି ପଢିପକା ସବୁ କାମରେ ନ କରି ଢିଲା |
କୋଚିଂ କହୁଛି ପଢ଼ ବା ନ ପଢ଼ ଫିସଟା ଦେଇଦେବୁ ,
ପ୍ରଜାପତି ଦଳ ଡେଣାକୁ ହଲେଇ ମନକୁ କରନ୍ତି କାବୁ |
ସାଙ୍ଗ-ସାଥୀମାନେ କହନ୍ତି ବାଇକ ଆଣୁନୁ ପାର୍କ ଯିବା,
ମାଇଣ୍ଡଟା ମୋର ଅପ ହେଲାଣି ମାଲ ଟିକିଏ ନେବା |
ମୋବାଇଲି ଏଣେ ବାଇଆ କରୁଛି ଚାଟରେ ରହେ ମନ,
ସମସ୍ତଙ୍କୁ ପଛେ ଛାଡ଼ିଲେ ଛାଡ଼ିବି ମୋବାଇଲି ମୋର ପ୍ରାଣ,
ଯାହା ସୁଖ ଅଛି ଭୋଗ କରିନେବି ବାପାଙ୍କର ଯାଏ ଧନ,
ସଭିଏଁ କହନ୍ତି ମୋବାଇଲି ଛାଡ଼ ପକାଇ ମାଆଙ୍କ ରାଣ |
