STORYMIRROR

Debadatta Jena

Abstract Romance Tragedy

4  

Debadatta Jena

Abstract Romance Tragedy

ଶୂନ୍ୟସ୍ଥାନ

ଶୂନ୍ୟସ୍ଥାନ

1 min
551


ବେଳେବେଳେ ଇଚ୍ଛା ହୁଏ

ତୋ ଛବିକୁ ମୋ ହୃଦୟର କଳାପଟାରୁ ଲିଭେଇ ଦେବାକୁ,

କିନ୍ତୁ ମୁଁ ପାରେନି,

ମୋ ହୃଦୟର କାନ୍ଥ ସତେ ଏତେ ଯେ ଦୁର୍ବଳ,

କାଳେ ଭାଙ୍ଗି ଯିବ ଭାବି ଲିଭେଇ ପାରେନି ।


ବେଳେ ବେଳେ ଇଚ୍ଛା ହୁଏ,

ତୁ ମାଗୁଥିବା ପ୍ରଶ୍ନ ସବୁ ମନରୁ ମୋ କାଢି ପିଙ୍ଗି ମୁଁ ଦେବାକୁ,

କିନ୍ତୁ ମୁଁ ପାରେନି,

ପ୍ରଶ୍ନ ନୁହେଁ ସେ ମୋ ସ୍ମୃତି ଚିହ୍ନ କାଳେ ହଜିଯିବ,

ଭାଙ୍ଗି ଯାଉ ହୃଦୟ ହେଲେ ଗଢ଼ି ମୁଁ ପାରେନି ।


ବେଳେବେଳେ ଇଚ୍ଛା ହୁଏ,

ହୃଦୟ ପୃଷ୍ଠାରେ ଫୁଟୁଥିବା ଗୋଲାପକୁ ତୋଳି ଆଣିବାକୁ,

ହେଲେ ମୁଁ ପାରେନି,

କଣ୍ଟାର ଆଘାତରେ ଲହୁ ଲୁହାଣ ହେଉଥାଏ,

ଫେରିବାକୁ ବାଧ୍ୟ ହୁଏ,କିନ୍ତୁ ତୋଳି ମୁଁ ପାରେନି ।


ବେଳେବେଳେ ଇଚ୍ଛା ହୁଏ

ଚିରିବାକୁ ପୃଷ୍ଠା ପରେ ପୃଷ୍ଠା ମୋ ମନର କବିତା ସବୁକୁ,

ହେଲେ ମୁଁ ପାରେନି ଆର ପାଖେ ଦାଉ ଦାଉ

ଅସରନ୍ତି ସ୍ମୃତି ସ୍ତମ୍ଭ ଯେତେ ଭୂଲିତ ପାରେନି ।


ବେଳେବେଳେ ଇଚ୍ଛା ହୁଏ,

ତୋ ଇଚ୍ଛା ଓ ଆବେଗର ଚିଠି ଯେତେ ଫିଙ୍ଗି ଵି ଦେବାକୁ,

ହାତ ମୋର ଫେରି ଆସେ ମ୍ରିୟମାଣେ,

ମନେ ପଡେ କି ପ୍ରଯତ୍ନ ପ୍ରୟାସେ ଲେଖୁ ଅନ୍ତରର କଥା,

ମରମର ବ୍ୟଥା ସତେ ଲିଭେଇ ପାରେନି ।


ସବୁବେଳେ ଇଚ୍ଛା ହୁଏ,

ଆମର ସେ ଅଭୂଲା ସ୍ମୃତିରେ ବଞ୍ଚିବାକୁ,ପୁଣି ମାରିବାକୁ,

ମରି ସିନା ହୁଏ ହେଲେ ମାରି ତ ହୁଏନି

ଯେତେ ଅଭୂଲା ଅତୀତ, ଅପାସୋରା କାହାଣୀ ସବୁକୁ,

ଏମିତି ଵି ଜୀଉଁଛି ଜୀବନ,ମରି ମରି ବଂଚିବାକୁ ।



Rate this content
Log in

Similar oriya poem from Abstract