STORYMIRROR

SARATA KUMAR DAS

Tragedy

3  

SARATA KUMAR DAS

Tragedy

ଶୂନ୍ୟ ପଂଜୁରୀ

ଶୂନ୍ୟ ପଂଜୁରୀ

1 min
10.5K



ସେଦିନର ସମ୍ପର୍କ

ତମ ଓ ମୋ ଭିତରେ

ଏତେ ଗାଢ ଥିଲା ଯେ

ଭୁଲିଯାଇଥିଲେ ଦୁହେଁ ଦୁହିଁଙ୍କ ପରିସୀମା

ଭିଜୁଥିଲେ ଅଷାଢର ପହିଲି ବର୍ଷାରେ

ଆକାଶର ଖୋଲା ଛାତି ତଳେ

ପାର୍କର ମୁଲାୟମ ସବୁଜ

ଗାଲିଚା ଉପରେ।।


ଗୋଟେ ଛତା ଥିଲା ଦୁହିଁଙ୍କ ସାହାରା

ଟପ୍ ଟପ୍ ବର୍ଷା ର ରିମଝିମ୍ ସୁରେ

ନାଚୁଥିଲା ମନ ନାଚୁଥିଲା ପ୍ରାଣ

ନାଚୁଥିଲେ ଗଛ ଲତା

ନଦ ନଦୀ ପାହାଡି ଝରଣା ।।


ସଂଜ ନଇଁ ଆସୁଥିଲା

ଆକାଶର ନିର୍ଲିପ୍ତ କୋଣରୁ

ଶୂନଶାନ ନିଛାଟିଆ ପଥ

ଝୁଂଟି ପଡିଥିଲ ତମେ

ଦଲକାଏ ପବନରେ,

ଆଉଜି ପଡିଥିଲ ମୋ କୋଳରେ

କଅଁଳ ଶିଶୁଟିଏ ଭଳି

କଇଁ କଇଁ କାନ୍ଦୁଥିଲ

ବିନ୍ଦୁ ଏ ରୁଧିର ର ଧାରେ ।।


ପ୍ରିୟତମା ! ଦେଖିଯାଅ ଥରେ

ଅହର୍ନିଶ ରୁଧିର କ୍ଷରଣ

ମୋ ହୃଦୟର ପ୍ରତିଟି ତନ୍ତ୍ରୀରୁ

ତମ ଆବର୍ତ୍ତମାନ ରେ

ସାଇତି ରଖିଥିବା ଅବରୁଦ୍ଧ

ଅଶ୍ରୁ ବିନ୍ଦୁ ସବୁ ବହିଯାଏ ନଦୀ ହୋଇ

ମୋ ଜୀବନର ଅଙ୍କା ବଙ୍କା ପଥ ଧାରେ ।।


କେତେ କଥା କହିଥିଲ ଚୁପି ଚୁପି

ପାରିଜାତ ପୁଷ୍ପ ଐରାବତ ହସ୍ତି

ସବୁ ଅଜାଡି ଦେବ ମୋ ହାତ ପାପୁଲି ରେ

ମହମହ ବାସୁଥିବ ଦିନସବୁ

ଗୋଲାପ ଫୁଲରେ ।।


ପ୍ରିୟତମା! ଦେଖିଯାଅ ଥରେ

ତମେ ଦେଇଥିବା ସେହି ଗୋଲାପ ଫୁଲ

କଣ୍ଟା ହୋଇ ଫୁଟୁଛି

ମୋ ଛାତିର ପ୍ରତିଟି ଶୀରାରେ

ପ୍ରତି ମୁହୁର୍ତ୍ତରେ ।।


ମୋ ହୃଦୟର ପ୍ରତିଟି ସ୍ପନ୍ଦନ

ଧାବମାନ ଶୂନ୍ୟତା ର ପଥେ

ପ୍ରତିଟି ନିଶ୍ବାସ ବିଛୁରିତ

ଶୂନ୍ୟ ଅଗଣାରେ

ଇଛା ମୋର ଅସଂଜତ,ଅଣାୟତ୍ତ

ଛୁଇଁବାକୁ ତମର ସେ ନୀଳ ଉପତ୍ୟକା

ଫେରିଆସ ଫେରିଆସ

ପ୍ରିୟତମା

ମୋ ଶୂନ୍ୟ ପଂଜୁରୀକୁ

ଆଉଥରେ ।।

---------------

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy