" ଶୂନ ଗାଡି " -@shok
" ଶୂନ ଗାଡି " -@shok
ଶୂନ ଗାଡି ମୋର ଯାଏ ଗଡି ଗଡି
ମାନେ ନାହିଁ ବନ୍ଧ ବାଡ,
ନୂଆ ସମ୍ଭାବନା ଆଶା ନେଇ ଚାଲେ
ଏଇନେ ଜିତିବ ଗଡ ll
କଲା ମଚ ମଚ ପିଚୁ ସଡ଼କରେ
ଗାଡି ଯାଏ ଘିଡିଘିଡି,
ପରିବର୍ତ୍ତନ ର ନୂଆ ସ୍ବର ଶୁଣି
ଚାଲୁଥାଏ ଉଠିପଡି ll
ସୁନା ଡେଣା ଦୁଇ ଲଗେଇ ଦେଇଛି
ଆକାଶକୁ ଯିବ ଉଡି,
ପକ୍ଷୀ ବ୍ୟୋମ ସଙ୍ଗେ ବାଜି ଲଗାଇଛି
ଅଚିରେ ଜିତିବ ପୁଣି ll
ନୀଳ ଆକାଶରୁ ନୂଆ କଥା ଆଣି
ପରଶିବ ଜନମନେ,
ଏଇ ପୃଥିବୀର ବୁକେ ଭରିଦେବ
ହସଖୁସି ସବୁଦିନେ ll
ଶୁଭ ଦିନ ପୁଣି ଆସିବ ଧରାରେ
ସୁଖ ସୂର୍ଯ୍ୟ ହେବ ଉଭା,
ପ୍ରକୃତି ହସିବ ମନ ଆନନ୍ଦରେ
ଚମକିବ ତାର ବିଭା ll
