ଶୁଭ ଦିପାବଳୀ
ଶୁଭ ଦିପାବଳୀ
ପ୍ରିତୀର ଦୀପାଳି ଦିଅ ସର୍ବେ ଜାଳି
ମମତାର ଘୃତ ଢାଳି।
ଭାଇଚାରା ରହୁ ସବୁରି ହୃଦରେ
ସଦ୍ ଭାବନା ଅର୍ଘ୍ୟ ତୋଳି।
ସବୁରି ହୃଦରୁ ଲିଭିଯାଉ ସଦା
ପାପ ପଙ୍କର କଳୁଷ।
ପବିତ୍ର ଦୀପାଳି ଜଳୁଥାଉ ସଦା
ପାପ ତିମିର ବିନାଶ।
ବଡବଡୁଆ ଙ୍କ ଆଗମନ ଥିଲା
ଆଶ୍ବିନ ଅମାବାସ୍ଯାରେ।
କାଉଁରିଆ ଜାଳି ବିଦାୟ ଦିଅନ୍ତି
କାର୍ତ୍ତିକ ଅମାବାସ୍ଯାରେ।
ପ୍ରଭୁ ରାମଚନ୍ଦ୍ର ଦଶାନନ ମାରି
ଫେରନ୍ତି ଅଯୋଧ୍ୟା ପୁରେ।
ନଗ୍ର ନରନାରୀ ସ୍ବାଗତ କରନ୍ତି
ଦୀପ ଜାଳି ଘରେ ଘରେ।
ମିଥ୍ଯାର ଉପରେ ସତ୍ଯର ବିଜୟ
ଅନ୍ଧାର ରେ ଆଲୋକର।
ଅମା ଅନ୍ଧକାର ଲୋପ ପାଇଯାଉ
ନାଶ ହେଉ କଳୁଷର ।
ମାଗୋ ଶ୍ଯାମାକାଳୀ ଆସ ଅବତରୀ
ପାପର ହେଉ ବିଲୀନ।
ଧରାଧାମେ ଆଜି ପାପର କୁଛାୟା
ହୋଇଅଛି ପରିପୂର୍ଣ୍ଣ ।
