STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଶ୍ରବଣ କୁମାର

ଶ୍ରବଣ କୁମାର

1 min
10

ପିତୃ ମାତୃ ଭକ୍ତି ଯୁଗ ଯୁଗ ପାଇଁ ଲୋଡ଼ା ତାଙ୍କ ରି ଆଦର୍ଶ ନିଷ୍ଠା ସଂଯମତା ସୁସ୍ଥ ସମାଜ ଯେ ଛିଡ଼ା। ଆଜିର ସମୟ ଯିଏ ବା ଦେଖଇ କରେ ଖାଲି ଅନୁତାପ ଅତୀତର ସେହି ସ୍ଵର୍ଣ୍ଣ ମୟ କାଳ ବୁଝୁ ତାର ପରି ମାପ। ପରିବାର ନାହିଁ ସଂସ୍କାର ପଥରେ ନୈତିକତା ହୁଏ କ୍ଷୟ ଦୂର ବିଦେଶରେ ପୁତ୍ର କନ୍ୟା ଗଣ ଏ କି ଆମ ପରିଚୟ? ଭିଟା ମାଟି ଏବେ ଝୁରୁଛି ସଭିଙ୍କୁ ଥିଲା କେଡେ ଆପଣାର ଶ୍ରବଣ କୁମାର ଭକ୍ତି ଗାଥା ଆଜି ସୂଚାଉଛି ବାର ବାର। ଏ ମାଟିରେ ଛନ୍ତି ନିତ୍ୟ ଦାରୁବ୍ରହ୍ମ ସାଥେ ଭ୍ରାତା ଓ ଭଗିନୀ ଭଲ ପାଇବାର ଆଦର୍ଶ ଶିଖାନ୍ତି ଏ କଥାକୁ ସର୍ବେ ଘେନି। ନିଜ ପରିବାର ନିଜର ସମାଜ ନିଜ ପିତା ନିଜ ମାତା ସେବୁ ଥିଲେ ସଦା ଅଚିରେ ହୋଇବା ଆମେରେ ଜଗତ ଜିତା।  


Rate this content
Log in

Similar oriya poem from Action