ଶ୍ରାବଣର ଜ୍ଵଳା
ଶ୍ରାବଣର ଜ୍ଵଳା


କେତେ ଯେ ସପନ ଦେଖିଥିଲି ମୁଇଁ
ତୁମକୁ ଦେଖିବା ପରେ
ଚାହିଁଲନି ଥରେ ପଛକୁ
ଚାଲିଗଲ ବହୁଦୂରେ.... ।
ମରମର କଥା ମରମେ ମରିଲା
ସରମେ କହିଲି ନାହିଁ
ମରମୀ ମନଟା ତୁମକୁ ଝୁରୁଛି
ଯେସନେ ଜହ୍ନକୁ ଝୁରଇ କଇଁ.... ।
ଆଖି ଲୁହ ଯେତେ ଆଖିରେ ମରିଲା
ନିଦାଘେ ଶ୍ରାବଣ ଝରେ ଅବିରତ
ମରୁବାଲି ପରି ଶ୍ରାବଣେ ଜଳୁଛି
ବେଦନାର ନାହିଁ ଅନ୍ତ....... ।
ମନବି ଜଳୁଛି ତନୁ ବି ଜଳୁଛି
ଜଳୁଛି ଶ୍ରାବଣ ରାତି
ମନର ଜ୍ୱାଳାକୁ ମନରେ ମାରିଲି
ତନୁର ଜ୍ୱାଳା ବିଷମ
ନିର୍ଦ୍ଦୟ ନହୁଅ ପରାଣ ମିତ ହେ
ଗଲି ମୁଁ ତୁମ ଶରଣ...... ।