STORYMIRROR

Kalyani Nanda

Fantasy

4  

Kalyani Nanda

Fantasy

ଶ୍ରାବଣୀ ଯେବେ ଆସେ

ଶ୍ରାବଣୀ ଯେବେ ଆସେ

1 min
270

           

      ନୂପୁର ର ରୁଣୁ ଝୁଣୁ ସୁରେ,

      ମେଘବର୍ଣ୍ଣୀ ପାଟ ପିନ୍ଧି ମେଘ ପାଲିଙ୍କି ରେ,

      ଚଞ୍ଚଳା ତଟିନୀ ର ଧାରେଧାରେ,

      ଶ୍ରାବଣୀ ଆସିଛି ଶ୍ରାବଣକୁ ନେଇ ତା ସାଥେ।।


      ଓହ୍ଲାଇ ଆସ ଚଞ୍ଚଳ ପଦପାତେ,

      ନିଜକୁ ସଜାଇ ଇନ୍ଦ୍ରଧନୁ ର ସପ୍ତ ରଙ୍ଗରେ,

      ଚପଳାକୁ ସାଥେ ନେଇ ଆସ ଯେବେ,

      କେକୀ ପୁଚ୍ଛ ମେଲି ତୁମକୁ ଯେ ସ୍ବାଗତ କରେ ।।


      ଯେବେ ମେଘମାଳା ଗିରି ଶିଖର ଛୁଏଁ,

      ଶୁଷ୍କ ବନାନୀ ଅଜଣା ପୁଲକେ ଶିହରି ଉଠେ,

      ଚାତକର ଅପେକ୍ଷା ସରି ସରି ଆସେ,

      ଶ୍ରାବଣୀ ଗୋ, ତୁମ ପ୍ରୀତି ରଙ୍ଗ ତା ଶୃଙ୍ଗାର କରେ।

  

      କବିର କବିତା ଚଳ ଚଞ୍ଚଳ ହୁଏ,

      ଶ୍ରାବଣୀ ଯେବେ ଆସ ତୁମେ ଏ ଧରା ବକ୍ଷେ,

      ପିୟାସୀ ମନର ତୃଷା ମେଣ୍ଟିଥାଏ,

      ଶ୍ରାବଣୀ ଗୋ, ଭିଜାଇ ଦିଅ ଧରାକୁ ପ୍ରୀତି ବର୍ଷାରେ।।

     


Rate this content
Log in

Similar oriya poem from Fantasy