ଶ୍ରାବଣ ତୁମେ...
ଶ୍ରାବଣ ତୁମେ...
ଶ୍ରାବଣ ତୁମେ....
ଶ୍ରାବଣ ତୁମେ
ଭିଜାଅ କାହିଁକି ତନୁ?
ପ୍ରେମ କାମନାର
ଉଜ୍ୱଳ ଅଗ୍ନିକୁ
କାହିଁ?
ଲିଭାଇ ପାରନା ମନୁ।
ଶ୍ରାବଣ ତୁମେ
ଯେବେ ଢାଳିଦିଅ
ବରଷା ଅସରା
ମନେ ଖେଳିଯାଏ
ପ୍ରେମ ପସରା।
କିଏ ଅଛି?
ଯିଏ ଦେବ ମତେ
ତା' ହୃଦୟରେ
ପ୍ରେମର ସାହାରା।।
ଶ୍ରାବଣ ତୁମେ
ଭିଜାଅ କାହିଁକି ଶରୀର?
ମନ ଖୋଜେ ପ୍ରିୟାକୁ
କରିବାକୁ
ପ୍ରେମ କାରବାର।।
ଶ୍ରାବଣ ତୁମେ
ବେଳେବେଳେ ଯାଅ ବରଷି
ପାଇ ତୁମ
ବରଷା ଛୁଆଁ
ମନେ ଲାଗେ ପ୍ରେମର ନିଆଁ।
ହୃଦୟ ଖୋଜେ
ପ୍ରିୟା ପ୍ରେୟସୀ
କରିବାକୁ ଆଳାପ
ପାଖରେ ବସି।।
ଶ୍ରାବଣ ତୁମେ
କଲେ ଆଗମନ
ପ୍ରେମୀଙ୍କର ହୁଏ
ମନ ଉତ୍ସନ।
ଖୋଜନ୍ତି ମନେ ସୁଯୋଗ
କେମିତି ତାଙ୍କର ହେବ ମିଳନ?
ଲାଗେ ଏମିତି
ସତେ ଯେମିତି
କାମ ଦେବଙ୍କ ଅବତାର ତୁମେ।
ବଶିଭୁତ କରୁଅଛ
ପ୍ରେମୀଙ୍କୁ ପ୍ରେମେ।।
ଶ୍ରାବଣ ତୁମେ
ବିରହୀ ମନର
ଆଖି ତଳ ଲୁହ,
ବହିଯାଅ ବର୍ଷା ହୋଇ।
କିନ୍ତୁ
ପାରନା କାହିଁକି?
ସ୍ମୃତିର ଚିହ୍ନକୁ ଧୋଇ।।
ଶ୍ରାବଣ ତୁମେ
ଅଭୁଲା ଅତୀତ
ପ୍ରିୟାର ପଣତ।
ତୁମେ ଥାଅ ଜଡିତ
ପ୍ରତି କ୍ଷଣେ ପ୍ରେମୀ ସହିତ।
ସାକ୍ଷୀ ତୁମେ ପ୍ରେମର
ଯାହା ଏବେ ଅଟେ ବିଗତ।।
ଶ୍ରାବଣ ତୁମେ
ପ୍ରେମର ଧାରକ
ପ୍ରେମର ସ୍ମାରକ
ପ୍ରେମ ବିତରକ
ଅଟ ପ୍ରେମ ଦୃତ ବାହକ।
ପ୍ରେମ ପାରିଜାତ
ମଧୁର ମହକ
ବିତରିଛ ତୁମେ ସଂସାରେ।
ଶେଷରେ କେବଳ
ଏତିକି କହିବି,
ବିତିଯାଆନ୍ତାକି!
ଜୀବନଟା ମୋର
କେବଳ ତୁମ ପ୍ରେମରେ।