STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Thriller

4  

ନାୟକ ଅକ୍ଷୟ ରାଜହସ୍ତୀ

Thriller

ଶୋଷ

ଶୋଷ

1 min
286

ଟୋପାଏ ପାଣି ର ଚହଲା ସମାସ ସେ

ଶୁଖିଲା ତଣ୍ଟି ର ଉଇଁଲା ଆୟୁଷ ସେ

ରଚି ଦିଏ ଜୀବନ୍ୟାସ

 ପିଣ୍ଡ ବ୍ରହ୍ମାଣ୍ଡ ର କୋଣ ଅନୁକୋଣରେ ।

ପାରିଧି ବେଳେ ଶିକାର ପଛେ ଧାଉଁ ଧାଉଁ

ଅଚାନକ ଉଭା ହୁଏ ରଜା ପୁଅ ଆଗେ

ଦେଖେଇ ଦେଇ ଶବର ପଲ୍ଲୀ ର ତନୁ ପାତଳୀ ଝିଅ ନୟନ ତାରା ର ଜୀବନ୍ତଚିତ୍ର

ତା ପରେ ସେ ଶବରୁଣୀ ରୁ ପାଟ ରାଣୀ ।

ଧୁ ଧୁ ଖରାବେଳେ ବାଟୋଇ ର ତତଲା ପାଦ 

 ଥକି ଯାଇଥିଲା ବେଳେ

ପ୍ରତିଟି ତନ୍ତ୍ରୀ ରେ ସହାୟତା ର ଦି ହାତ ବଢ଼େଇ

ଖୋରକ୍ ଯୋଗାଏ ପୁଣି ଆଉ ଦି ପାଦ ବାଟ ଚାଲିବାକୁ ଅଢେଇ ଦିନିଆ ସଂସାର ପଥରେ ।

ବେଳେବେଳେ ତାରି ଉପସ୍ଥିତି ରେ

 ଡହଳ ବିକଳ ହେଉଥିବା

ମିରିଗ ବି ମୃତ୍ୟୁ ର ଦ୍ଵାର ଦେଶ ରେ ପାଦ ଥାପି ଦିଏ

କୁଳୁକୁଳୁ ଝର ପାଣି ପିଇ ।

କୁଆଁ ବେଳେ ସେ ଅନାଏ ମାଆ ଛାତି କୁ କଲବଲ ଆଖି ରେ

ଭୁଆଁ ବେଳେ ବି ସେ ଚାହେଁ ମାଆ ଜଳ କୁ ଜଳଜଳ ଆଖି ରେ

ତମେ ଏମିତି ଆସ,

ଯେତେବେଳେ ଭୋକ ନିଜେ ଝୁଲି ପଡ଼ିଥାଏ

 ବେକେ ଦେଇ ଅପ୍ରାପ୍ତି ର ଫାଶ 

ତମେ ତ ସବୁରି ଚେତନା ର ଚରିତ୍ର ଟିଏ

ସେଇଥି ପାଇଁ ତମ ଲାଗି ନିର୍ଦ୍ଧାରିତ

 ଭୋକ ର ଦ୍ଵିତୀୟ ଅଙ୍କ ର ପ୍ରଥମ ଦୃଶ୍ୟ

 ଯେଉଁଠି ନାହିଁ କିଛି ନିର୍ଯ୍ୟାସ_ ଅବଶୋଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller