STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଜୀବନ ସମୂଦ୍ର

ଜୀବନ ସମୂଦ୍ର

1 min
197


ଜୀବନ ସମୁଦ୍ର ଢେଉ ସବୁ

ମନ କୂଳେ ପିଟେ ମଥା

ନୀଳ ନାଲି ନେଳି ସବୁଜହଳଦିଆ

ହୃଦୟେ ଦିଅଇ ବ୍ୟଥା 

କେବେ କେଉଁ ଢେଉ ଅଧିର ଆବେଗେ

କହେ କାନେ କାନେ କଥା

କେବେ କାମନା ବାସନା ରହିତ ଢେଉ

ନୁଆଁଇ ନିଜର ମଥା

କେତେ ସ୍ଵପ୍ନ ଭୟପୂର୍ଣ୍ଣ କେବେ ମିଠା ସ୍ଵପ୍ନ

ଦେଖି ଲେଖା ଜୀବନ କବିତା

କେତେ ଯେ କାହାଣୀ ବୁଢ଼ୀ ଅସୁରୁଣୀ କି

ସୁନାଗଉଣୀ ରୂପେ ସାଇତା

ଢେଉର ଫେନିଳ ଫେଣ ସାତ୍ୱିକ କେତେ

କହିଦିଏ ଜୀବନ ରଫଖାତା

କେତେ ସେ ଉଜାଣୀ କେତେ ଭସାମେଘ

ଦିଗବାରେଣିରେ ପିଟି ମଥା

ଜୀବନ ସମୁଦ୍ର କୂଳେ କୂଳେ କେତେ ନାଟ

ଢେଉରେ ମାଦକତା

ଘୁ ଘୁ ଶଦ୍ଦେ ମାଡ଼ିଆସୁଥାଏ ସମ୍ପଦ ବିପଦ

ଆହୁଲାର ଭିତ୍ତପ୍ରସ୍ତର ଗୁଣବତ୍ତା

ନୋଳିଆଭାଇ, ନାଉରୀକେହି ଭଉଁରୀ ପହଁରୀ

ବ୍ୟସ୍ତତା ବହୁଳତା

କେବେ କୁନି କୁନି କଙ୍କଡା ଶାମୁକା ବାଲିଗିରିଡା

ସାଜନ୍ତି ହୋଇ ନଚିକେତା

ଓଁର ନିନାଦେ ପରମବ୍ରହ୍ମ ନାଦେ ମହମହ

ମଣିଷ ଜୀବନ କୌଶଳ ଗାଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract