STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ବର୍ଷା ଓ ପ୍ରକୃତି

ବର୍ଷା ଓ ପ୍ରକୃତି

2 mins
9


ନିଜେ ବର୍ଷା ତୁ ପ୍ରକୃତି

ତୁ ନିଶ୍ଚେ ଋତୁରାଣୀ

ସଂସ୍କୃତି ଜାଗୃତି

ତୁ ଗଛ ଶାଖା ପ୍ରଶାଖା ତୋର

ଫୁଲ ଫଳ ନଈ ନାଳ

ଭରା ଭରା ଜୀବନ ଗୀତି

ଜଳ ବହୁଳେ ସୃଷ୍ଟି ନାଶ

ଜଳ ବିହୁନେ ସୃଷ୍ଟି ନାଶ

ପରିଚୟ ପରିଚିତି

ଉତ୍କଳୀୟ ସଂସ୍କୃତିର

ଭଗଫଳ ଭଗଶେଷ ଭାଜକ

ଯିଏ ହରି ଫେଡ଼ି ହିସାବ କରନ୍ତି

ସେଇ ଚକାଆଖି ପରା ବର୍ଷାରେ

ଝୁରନ୍ତି କି ଦିନ ରାତି

ଭକ୍ତ ଯଦି ନଆସିବ ନିତି ନିତି

ଅକାରଣ ପାହାନ୍ତି ଆଳତୀ

ପୁଣି ମନେ ପଡନ୍ତି ରାଧା

ତମାଳ ଫୁଲର ରୂପ କାନ୍ତି

ଶୁଆ ଶାରୀ କଥପୋକଥନ

ଯମୁନାର ପୂର୍ଣ୍ଣଗଭା ଛାତି

ବର୍ଷା ଆଣୁ ସ୍ମୃତି

ଗଜଲ ଗାଇ ନିତି

ଖୋଜେ କିଏ ସାଥି

ମନ ପକ୍ଷୀ ଦେଖେ ପକ୍ଷୀ ନୀଡ଼

ବର୍ଷା ଯୋଗୁଁ କାହିଁକି କେମିତି

ଭାଙ୍ଗିଗଲା ପ୍ରଶ୍ନ ଅସରନ୍ତି

ହେ ପ୍ରଭୁ ସୃଷ୍ଟି ରକ୍ଷକ

ଦିନନାଥ ଅଗତିର ଗତି

ଗତି ମୁକ୍ତି ଭକ୍ତିରେ ଦିବ୍ୟକାନ୍ତି

ବର୍ଷା ଦେଖେ ଏକାନ୍ତେ ୠତୁମତୀ

ପୀରତି ଝୁରି ଝୁରି ଜଗନ୍ନାଥ

ତୋ କୋଳେ ଘୁମେଇ ପଡନ୍ତି

ବାତ୍ୟା ବନ୍ୟା ମାଡିଆସେ

ବର୍ଷା ଗୋ ପ୍ରକୃତି ବିଭାବରୀ

ହୁଅନା ଏମିତି ମେଘ କନ୍ୟା ରୂପମତୀ

କାନ୍ତି ତୁମ ଆଣୁ ପୁଣ୍ୟ ପସରା ଏମିତି

ବାସ୍ନା ତାର ମହକି ହୁଅ ପୁଣ୍ୟବତୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract