STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ଶିମିଳିପାଳ ଓ ମୁଁ

ଶିମିଳିପାଳ ଓ ମୁଁ

1 min
385


ଆଜି ଜଳୁଛି ଶିମିଳିପାଳ ଜୈବମଣ୍ଡଳ

ହୁତୁ ହୁତୁ ହୋଇ ଜଳଇ ସର୍ବଗ୍ରାସୀ ଅନଳ

ବଳ ଦିଅଇ ତାହାକୁ ପ୍ରଖର ଅନିଳ

ମହାଜାଗତିକ ଚିତ୍ରଟି ଦିଶଇ ବର୍ଣ୍ଣିଳ

ଜୀବଜନ୍ତୁ ଯେତେକ ହୁଅନ୍ତି ଡହଳବିକଳ

ସତେ କି ଆସିଛି ସୃଷ୍ଟି ବିନାଶର ବେଳ ।


ତର୍କ ବିତର୍କର ଶିରୋନାମା ଶିମିଳିପାଳ

ବନାଗ୍ନି ମନୁଷ୍ଯକୃତ ଅବା ଦୈବୀ ଲୀଳା

କାହାର ବା କି ସ୍ବାର୍ଥ ଥିବ ଜଙ୍ଗଲ ନିଆଁରେ

କିଏ ବା ହୋଇବ ସୁଖୀ ପରିବେଶ ଧ୍ବଂସରେ

ପ୍ରଶାସନିକ ଅପାରଗତା ଅବା ସ୍ଥାନୀୟ ସମସ୍ଯା

କାହିଁ ପାଇଁ ଏଇ ନିଆଁ ଜଳି ଉଠିଲା ସହସା ।


କାଦୁଅ ଫିଙ୍ଗା ରାଜନୀତିରେ ଅଦିନିଆ ଝଡ଼

ଆନକୁ ଆରେକର ସଙ୍ଗୀନ ଦୋଷାରୋପ

ଆରୋପ ପ୍ରତ୍ୟାରୋପର ମୁଷଳ ପ୍ରହାର

ପ୍ରକୃତିରେ ଯେବେ ଅଛି ସବୁରି ଅଧିକାର

ତେବେ କର୍ତ୍ତବ୍ୟ କରିବାର ବେଳକୁ କାହିଁ

ସଭିଏଁ ହୁଅନ୍ତି ନିଦାବିଷ୍ଣୁ ନିଶ୍ଚୁପ ନିର୍ବିକାର ।


ମୁଁ ବା କାହିଁକି କୁହ କଣ ପାଇଁ ତୁଚ୍ଛାଟାରେ

ଛାଡ଼ିବି ରଣ ହୁଙ୍କାର ଭରା ହେଣ୍ଟାଳ

କି' ଲାଭ ମୋର ଅଛି ପର୍ଯ୍ଯାବରଣରେ

ମୁହିଁ ତ ଶୋଇଛି ଅଚିନ୍ତା ନିଦ୍ରାରେ

ସକାଳୁ ଗ୍ରାସି ଦେଇ କଂସାଏ ପଖାଳ

କିବା ଦେବ ମୋତେ ଏଇ ଶିମିଳିପାଳ ।


ଏଇଟା ତ ଆମ ଘରର ଭିତରି କଥା

କାହିଁ ପାଇଁ ଆମେ କରିବା ଏହାର ଚର୍ଚ୍ଚା

ବାଟରେ ଘାଟରେ ଅବା ଚାହା ଖଟିରେ

କୋଉ ହୋଇଛି କି ବିଦେଶୀ ପ୍ରସଙ୍ଗ

ପଦେଅଧେ ଲେଖିଲେ ଗଳାଫଟାଇ ରଡି଼ଲେ

ମିଳିଯିବ ଗଣମାଧ୍ୟମରେ ପ୍ରମୁଖ ଭୂମିକା ।


ଏମିତି ଅନବରତ ଜଳୁଥାଉ ଶିମିଳିପାଳ

ଜଳୁଥାଉ ମୋ ମାଟିରେ ଥିବା ବଣ ଜଙ୍ଗଲ

ଜଳି ଜଳି ସବୁ ସରିଗଲେ ହୋଇବ ସୁବିଧା

କଳ କାରଖାନା ସ୍ଥାପନା ପାଇଁ କରିବା ମସୁଧା

ବନଭୂମି ପରା ଆମ ଦୃତ ବିକାଶରେ ଅନ୍ତରାୟ

ବନାଗ୍ନି ଶିଳ୍ପ ବିକାଶ ପାଇଁ ହୋଇବ ସହାୟ ।


Rate this content
Log in

Similar oriya poem from Tragedy