ଶୀତରେ ସହରୀ ଜୀବନ
ଶୀତରେ ସହରୀ ଜୀବନ
କୁହୁଡି ଘେରରୁ ବାହାରେ ସହର,
ଉଷ୍ଣତା ଖୋଜି, ରାତି ବିତିଗଲେ I
ଧୀରେ ଧୀରେ ବଢେ ରାସ୍ତାର ଗହଳି,
ଶୀତ କବଳରୁ, ମନ ଚେତିଲେ I
ଦେହର ଅଳସ ଭାଙ୍ଗେନି ସହଜେ,
ବଢ଼ଇ ଖାଲି ବିଛଣା ଆଦ
ଲାଗେ କିଛି ଉଣା, ଯେତେ
ମିଳୁଥିଲେ,ଉଷୁମ କନ୍ଥା, କମ୍ବଳ, ଚାଦର !
ଥଣ୍ଡା ଜଳ ଦେଖି ସୁମରେ ପ୍ରଭୁଙ୍କୁ
ଆପେ ବୁଜି ହୋଇ ଦୁଇ ନୟନ
ସ୍ପର୍ଶରେ ତାହାର ବରଫ ଆଭାସ
ସମଗ୍ର ଦେହର ବଢେ କମ୍ପନ !
ଇଛା ଥାଉ କିଛି ଅଥବା ନ ଥାଉ
ନିଶ୍ଚିତ ଥାଏ ଗୃହରୁ ପ୍ରସ୍ଥାନ
ସଂଘର୍ଷ ଯେ ନିତି କରିବାକୁ ହୁଏ
ଏହାହିଁ ପରା ସହରୀ ଜୀବନ I