ଶୀତରେ ସେବେ ଏବେ
ଶୀତରେ ସେବେ ଏବେ
ଶୀତ ଆସିଲେ ଭାରି ମଜା ଲାଗୁଥିଲା
ଚୁଲି ମୁଣ୍ଡେ ଉଷୁମ ଟାଣୁ ଟାଣୁ ନିଦ ଲାଗୁଥିଲା
ଗରମ ଗରମ ଅଦା ଗୋଲମରିଚ ପକା ଚାହା
ଆମ ପାଇଁ ସୁପ୍ ଥିଲା
ଗରମ ଭାତ ସହ ଡାଲି ଓ ଆଳୁ ଚକଟା
ସାଥିରେ ଜହ୍ନି ପୋଟଳ ପୋଡା ଆଉ ଟିକେ ଖଟା
ଆହା ଜୀଇଁବାର ମଜା ଥିଲା ।
ଲଣ୍ଠନ ପାଖରେ କମଳ ଘୋଡେଇ ପାଠ ପଢା
ଘୁମେଇ ଘୁମେଇ ଚେଙ୍କ ଲାଗୁଥିଲା
ତଳେ ଅଖା ତା ଉପରେ ସଉପ ତା ଉପରେ କନ୍ଥା
ଜାକି ଜୁକି ହେଇ ଭାଈ ଭଉଣୀ ଏକାଠି ଶୋଇବା
କମଳ ଭିତରେ ଟୁପୁରୁ ଟାପୁରୁ ହେବା
ବାପାଙ୍କ ପାଟି ଶୁଭିଲେ ନୀରବି ଯିବା
ହାଡଭଙ୍ଗା ଶୀତରେ ବି ଅନେକ ମଜା ଥିଲା ।
ସମୟ ବଦଳିଛି
ଶୀତ ବି ଆଧୁନିକ ହୋଇ ଯାଇଛି
ଆମ ଆଡେ ତ ଆସିବା ଭୁଲି ଯାଇଛି
ଯଦି ଅବା ରାସ୍ତା ଭୁଲି ମାଡି ଆସୁଛି
କପେ ମନଚାଓ ସୁପ୍ ସାଙ୍ଗକୁ ପକୁଡି
କେବେ ଚିକେନ୍ କେବେ ଚିଙ୍ଗୁଡ଼ି
ବୋଉ ହାତ ତିଆରି ପିଠା ହଜିଛି
ଦାମିକା ରେଜେଇ ଭିତରେ ପଶି ଶୋଉଚି
ଏକାନ୍ତ ଦୂରେଇବା ପାଇଁ ହଟ୍ ଷ୍ଟାର୍ ଦେଖୁଛି
ସମ୍ପର୍କ ବିହୀନ ନିର୍ଜୀବ ପରି ବଞ୍ଚୁଛି
ସବୁକିଛି ଆଧୁନିକ ହୋଇ ଯାଇଛି ।।
