STORYMIRROR

ମୁକ୍ତିରାଣୀ ଦେବତା

Fantasy

3  

ମୁକ୍ତିରାଣୀ ଦେବତା

Fantasy

ଶୀତ ଲହରୀ7

ଶୀତ ଲହରୀ7

1 min
128


ମୁକ୍ତାସମ ଶୁଭ୍ର କାକର ଟୋପା

ଆହାକି ସୁନ୍ଦର ସେ ମନଲୋଭା 

କବି ଭାବୁକଙ୍କୁ ଆକୃଷ୍ଟ କରି

ହୃଦୟକୁ କ୍ଷଣେ ନିଏ ସେ ହରି ।। 


ଶୀତ ସକାଳର ସୁନେଲୀ ଖରା

ଅପରୂପା ସଦା ସେ ମନୋହରା

ଭାବାଚ୍ଛନ୍ନ କରି ମୋହୁଛି ଚିତ୍ତ

ଚଷାଭାଇ ଗାଏ ସୁରିଲା ଗୀତ ।। 


ଯାମିନୀର ଶୋଭା କରେ କିମିଆଁ

ଜାଡର କଷ୍ଟକୁ ହରୁଛି ନିଆଁ 

ଅବର୍ଣ୍ଣନୀୟ ଏ ରୂପସମ୍ଭାର

ସର୍ବ ଦୁଃଖଶୋକ କରଇ ଦୂର ।। 


ଘାସ ଗାଲିଚାରେ ଶିଶିର ବୁନ୍ଦା

ହୀରା ମୁକୁତାକୁ ଦିଅଇ ନିନ୍ଦା

ପ୍ରକୃତି ସମ୍ମୁଖେ ସଭିଁଏ ତୁଚ୍ଛ

କୃତିମ ଚିଜ ଯେ ନିହାତି ପଛ ।। 


ଧନ୍ଯ ହେ ବିଧାତା ତୁମରି ସୃଷ୍ଟି

ରଖିଥାଅ ସଦା କୃପାର ଦୃଷ୍ଟି

ସୁରକ୍ଷାକର୍ତ୍ତା ଯେ ତୁମ୍ଭେ ଆମର

ମାନବ ଜାତିକୁ ନ କର ପର ।। 


        


Rate this content
Log in

Similar oriya poem from Fantasy