STORYMIRROR

Kabiratna Nutan Kumar Behera

Romance Tragedy Fantasy

4  

Kabiratna Nutan Kumar Behera

Romance Tragedy Fantasy

ଭାଲେଣ୍ଟାଇନ୍ ଲଗ୍ ଇନ୍

ଭାଲେଣ୍ଟାଇନ୍ ଲଗ୍ ଇନ୍

1 min
224

       


ପାଳିବାକୁ ଫୁଲ୍ ରୋମାନ୍ସ୍ ରେ ଭାଲେଣ୍ଟାଇନ୍

ପ୍ରିୟା ମୋର କଲା ମେସେଜ୍ ରେ ସ୍ଵତନ୍ତ୍ର ଆଇନ୍

ନ ମାନିଲେ ଦେବି ଲକ୍ଷେ ଟଙ୍କା ଫାଇନ୍

ବରଷେ ହେଲା ତ ତା' ପଛେ ମାରୁଛି ଲାଇନ୍ l


ଏଗ୍ରିମେଣ୍ଟ୍ କିଛି ବି ନ କରି ସାଇନ୍

ଫ୍ରି ଫ୍ରି ଆଉ କେତେ ଦିନ ଅବା କରୁଥିବି ଇନ୍

ଚୋରା ପିରତିଟା ଲାଗେ ଭଲ ଏଜ୍ ଥିଲେ ଟିନ୍

ଭିତରଟାକୁ କରି ଦେଉଥାଏ ଖିନ୍ ଭିନ୍ l


ଭାବିଲି କ'ଣ କରିବି ନହେଲେ ହେବ ଡିସ୍ ଲାଇନ୍ 

ବ୍ରେକ୍ ଅପ୍ ହୋଇ ଯିବ ଫ୍ରେଣ୍ଡ୍ ସିପ୍ ସବୁ ଦିନ୍

ପ୍ରିୟା କାଳେ କହିବ... ଧେତ୍ ତୁମେ ଏତେ ମିନ୍

ରୋମାନ୍ସ୍ ବଦଳରେ କ୍ରିଏଟ୍ ହେବ ଟ୍ରାଜେଡି ସିନ୍ l


ତେଣୁ ମେସେଜ୍ ରେ ରିପ୍ଲାୟ ଦେଲି ସୁନ୍

ଫିକ୍ସ୍ ଟାଇମ୍ ପ୍ଲେସ୍ ରେ ଯାଇ କରିବି ଜଇନ୍

ପାଠ ତ ଆଣ୍ଡାର୍ ମେଟ୍ରିକ୍ କ୍ଲାସ୍ ନାଇନ୍

ବାଉଳା ପ୍ରେମରେ ପ୍ରିୟା ମୋର ଲାଗୁଥିଲା କୁଇନ୍ l


ଘରୁ ଚୋରୀ କରି କିଣି ପକାଇଲି ଗୋଲ୍ଡ୍ ଚେନ୍

ତାକୁ ଗିପ୍ଟ୍ ଦେଇ ପାଳିବି ଭାଲେଣ୍ଟାଇନ୍

ସ୍ମାଇଲ୍ ସ୍ମାଇଲ୍ ରେ ପ୍ରପୋଜ୍ କରି କହିବି ଡାର୍ଲିଙ୍ଗ୍

ମାଇଁ ଲଭ୍ଲି ସୁଇଟି ବିୟୁଟି... ଇୟୁ ଆର୍ ମାଇନ୍ l


ମନେ ମନେ ହେଉଥିଲି ଖୁସି ରହି ସାଇଲେଣ୍ଟ୍

ଛାତି କରୁଥିଲା ଧଡ୍ ଧଡ୍ ନାଚୁଥିଲା ଭେନ୍

ଲଭ୍ ଡ଼ଟ୍ କମ୍ ର ଗୁଗୁଲ୍ ରେ କରିବି ଲଗ୍ ଇନ୍

କେମିତି ବାପା ଜାଣି ପକାଇଲେ ମୋର ଏ କ୍ରାଇମ୍ l


ବହେ ଛେଚି ଗଲେ ଭାଇ ସାଥୀରେ ତାକ୍ ଧୀନ୍ ଧୀନ୍

ଏବେ କରୁଛି ପେନ୍ ଲାଗୁଛି ଫୋଡିଲା ପରି ପିନ୍

ମୋତେ ପୁରା ସାଇଜ୍ କରି ଦେଲା ଏ ଭାଲେଣ୍ଟାଇନ୍।

                  


Rate this content
Log in

Similar oriya poem from Romance