STORYMIRROR

sushant dash

Fantasy

4  

sushant dash

Fantasy

କହ୍ନେଇ ପୁରର "ରାଧା"

କହ୍ନେଇ ପୁରର "ରାଧା"

1 min
262

ବସନ୍ତ ମଳୟେ ମଲ୍ଲି କେତକୀର

     ବାସ୍ନାରେ ମହକେ ଅଙ୍ଗ ।।

ଶୈଶବ ସୂର୍ଯ୍ୟର କିରଣେ ଚମକେ

     ଚମ୍ପାଫୁଲ ଗୋରା ରଙ୍ଗ ।।

ରାତି ଅନ୍ଧାରକୁ କଜଳ କରେ ସେ

      ଜହ୍ନ ତାରା କାନଫୁଲ ।।

ବେଶଜଡ଼ା କେଶ ପ୍ରତିମୁହୁର୍ତ୍ତରେ

     ଚୁମୁଥାଏ ଗୋରା ଗାଲ ।।

ଇନ୍ଦ୍ରଧନୁର ଗୋଲାପି ରଙ୍ଗରେ

     ରଙ୍ଗେଇ ଥିଲି ତା' ଓଠ ।।

ସ୍ମରଣ ନାହିଁ ମୋ କେତେଯେ ରଜନୀ

    ବିତିଛି ଦେଖି ତା' ଫଟୋ ।।

ନୟନରେ ଭରା ପ୍ରଶାନ୍ତ ସାଗର

     ଓଠୁ ଝରେ ମନ୍ଦାକିନୀ ।।

ଲୋଡାନାହିଁ କୋଉ ତୀକ୍ଷ୍ଣ ହତିଆର

    ଚାହାଣୀରେ ଦିଏ ହାଣି ।।

ଆଖି ମୃଦୁମୃଦୁ ରାତି ପାହିଗଲା

     ସ୍ବପ୍ନ ରହିଗଲା ଅଧା ।।

ବୋଧେ ସିଏ ସେହି ପ୍ରାଣର ପ୍ରେୟସୀ

    କହ୍ନେଇ ପୁରର ରାଧା ।। 


Rate this content
Log in

Similar oriya poem from Fantasy