ରାଗିଗଲେ ତୁ
ରାଗିଗଲେ ତୁ
ଚାଲିରେ ତୋର ପଦ୍ମ ଫୁଟେ
ହସିଲେ ଉଏଁ ଜହ୍ନ
ବଚନେ ମଧୁ ଅମୃତ ଧାରା
ନିର୍ଝରେ ସ୍ନେହ ପ୍ରେମ ।
ଚହଟେ ବାସ ମଳୟ ବହେ
ଦେହ ସଂସ୍ପର୍ଶେ ଆସି
ଉଜ୍ଜ୍ବଳେ ଶିଖା କିରଣ ରଶ୍ମି
ମୁହଁଟି ଗଲେ ଦିଶି ।
ଥିଲେ ସାଥିରେ ମିଳଇ ସୁଖ
ଆନନ୍ଦ ଲାଗେ ମନ
ପ୍ରିୟା ତୋ ପରି ନାହିଁଟି କେହି
ପ୍ରିୟା ମୋ ଅନୁପମ ।
କାମଟି ଲାଗେ ଭାରି ସହଜ
ଜୀବନ ପରିପୂର୍ଣ୍ଣ
ଦୂରେଇ ଯାଏ ଦୂରିତ କଷ୍ଟ
ଦୁଃଖ ଯନ୍ତ୍ରଣା ମାନ ।
ନେଇଛୁ କିଣି ମୋ ମନ ପ୍ରାଣ
ପ୍ରେୟସୀ ପ୍ରିୟତମା
ଦେହ ତୋ ଛୁଇଁ କହୁଛି ମୁହିଁ
ଦେବିନି ଦୁଃଖ ଜମା ।
ଖୁସିରେ ତୋର ମୁଁ ବି ଖୁସି
ଦେଉଛି କଥା କହି
ରାଗିଗଲେ ତୁ ପାଇବି କଷ୍ଟ
ଦୁଃଖ ପାଇବି ମୁହିଁ ।

