ଆକାଂକ୍ଷା
ଆକାଂକ୍ଷା
ପ୍ରକୃତିର ସୃଷ୍ଟିରେ
ସର୍ବ ଜୀବଙ୍କର
ଆକାଂକ୍ଷା ରହିଛି
ଆକାଂକ୍ଷାର ଗତି ଅସ୍ଥିର
କଷ୍ଟ ପ୍ରବାହ ପୀଡ଼ିତ,
ସବୁଠି ପ୍ରବାହିତ ତାର ସ୍ରୋତ।
ଆକାଂକ୍ଷାର ଗତି
ଅବୁଝା ଅବଲୋକରା ପରି
ପ୍ରଲୋଭନ ମୃଗ ପଛେ ଧାଏଁ।
ଆକାଂକ୍ଷା
ଅବୁଝା, ବୋଲ ମାନେନା
ବୁଲେ ଆଦିଗନ୍ତ ହୋଇ ଆନମନା।
ଏ ଆକାଂକ୍ଷା
ଉଡ଼େ ମେଲି ପକ୍ଷ
ଦେଖେ କେବେ ଇନ୍ଦ୍ରଧନୁ
ଏ ଆକାଂକ୍ଷା
ଭାବନାର ଗନ୍ତାଘର
ନିଇତି ଖଞେ ନିଇତି ଭାଙ୍ଗେ
ଏ ଆକାଂକ୍ଷା
ମନ ସପନର ସୌଦାଗର,
ସବୁ ସ୍ଵପ୍ନର ମହକ ତ ମିଳେନା
ଏ ଆକାଂକ୍ଷା
ମଧ୍ୟ ବିସ୍ମୟ ବିଭୋର,
ଭିଜାଏ ତୁହା ତୁହା ବର୍ଷା
ଏ ଆକାଂକ୍ଷା
ପୂରଣ ନହେଲେ
କ୍ଷଣକେ ଚନ୍ଦନ ବାସ ହଜିଯାଏ
ଏ ଆକାଂକ୍ଷା
ପୂରଣ ନହେଲେ
ଦରଦ କୁହୁଳି କୁହୁଳି ପରାଣକୁ ଦହିଦିଏ
ଏ ଆକାଂକ୍ଷା,
ଅବିଶ୍ୱାସ ଅଗ୍ନି ଦହନେ ହୃଦୟୁ
ଜନ୍ମେ ଘୃଣା-ଅବସାଦ
ଏ ଆକାଂକ୍ଷା
ପୂରଣ ନହେଲେ
ନିଆଁ ଝୁଲ ବାହାରେ ନେତ୍ର ପିତୁଳିରୁ
ଏ ଆକାଂକ୍ଷା
ପୂରଣ ନହେଲେ
ଫିକା ଦିଶେ ଆତ୍ମୀୟତା
ଆକାଂକ୍ଷାର ପଥ
ନୁହଁ ସହଜ ସରଳ
ଅବା ସଦା କୁଟିଳ ଜଟିଳ
ଆକାଂକ୍ଷାର ପଥେ
ଅତିକ୍ରମେ ମରୁଭୂମି
ହୋଇଥାଉ ଗଣ୍ଡ ବି ଗଭୀର।
ଏ ଆକାଂକ୍ଷା
ଅନ୍ୟାୟରେ ନମିଳେ
ନିଆଁ ଝୁଲ ଖସେ
ହୃଦୟେ ବିଦ୍ରୋହ ଚିଙ୍ଗାରି ଉଠଇ
ସେ ନିଆଁ ଝୁଲ ଧ୍ୱଂସ କରେ ଅନ୍ୟାୟୀକୁ।
ଏ ଆକାଂକ୍ଷା ମହାନ୍ ହେବାର
ଅସ୍ଥି ସମର୍ପଣ କଲେ ଦଧୀଚି ମହର୍ଷି
ଶିବି ରାଜା ଦେଲେ ମାଂସ, ହରିଶ୍ଚନ୍ଦ୍ର ଜଗିଲେ ଶ୍ମଶାନ
ଏ ଆକାଂକ୍ଷା,
ଅଧିର ହୁଅନି, ମନକୁ କର ସ୍ଥିର
ହୁଅନା ତା'ର ଖେଳନା କଣ୍ଢେଇ
ଦେହ ଓ ଆକାଂକ୍ଷା ନୁହଁଇ ତ ଭିନ୍ନ
ଭିଜି ଭିଜି ବତୁରେ କାକରେ ପତ୍ର ପରିକା
ଝରାଇ ଥାଏ ସେ ଲହୁ ସାଥେ ଲୁହର କଣିକା |
