ପ୍ରେମ ଫର୍ଦ୍ଦ
ପ୍ରେମ ଫର୍ଦ୍ଦ
ତରୁଣ ବୟସ ଯେବେ
ଜୀବନେ ଆସିଲା
ପ୍ରେମର ଫର୍ଦ୍ଦ ମୋର
ଆପେ ଖୋଲି ଗଲା
ପ୍ରେମର କଥାକୁ ନୀତି
ଲେଖି ଦେଉ ଥିଲି
ପ୍ରେମର ଫର୍ଦ୍ଦ କୁ ନୀତି
ପୂରଣ କରି ଦେଲି
ପ୍ରଥମ ପ୍ରେମର ସ୍ଵର୍ସ ପାଇ
ଥିଲି ମୁହିଁ ଯେବେ
ପ୍ରେମର ଫର୍ଦ୍ଦରେ ପ୍ରେମକୁ
ଲେଖି ଥିଲି ସେବେ
ପ୍ରେମ ପାଠ ଯେବେ ଠାରୁ
ପଢିବାକୁ ମୁଁ ଗଲି
ପ୍ରେମର ଫର୍ଦ୍ଦ ରେ ତାକୁ
ଲେଖି ଦେଇ ଥିଲି
ଚୋରା ପୀରତି ମୋର
ଜୀବନେ ଆସିଥିଲା
ପ୍ରେମର ଫର୍ଦ୍ଦ ରେ ମୋର
ଲେଖି ହୋଇ ରହିଲା
ପ୍ରେମ ପାଇଁ ମୁହିଁ ଆଗକୁ
ଆଗେଇ ଆସିଥିଲି
ପ୍ରେମ ହିଁ ସତ୍ୟ ପ୍ରେମ ଅନନ୍ତ
ପ୍ରେମର ଫର୍ଦ୍ଦରେ ଲେଖିଲି
ପ୍ରେମ ହିଁ ଏକା ଜିଇଁବାର
ଆଧାର ମୋର ହୋଇଲା
ପ୍ରେମ ଫର୍ଦ୍ଦ ରେ ଲେଖି ଦେଲି
ପ୍ରେମ ମନେ ଅମର ରହିଲା ll
