କହରେ କାଳିଆ ମତେ ତୁ ବୁଝାଇ
କହରେ କାଳିଆ ମତେ ତୁ ବୁଝାଇ
କହରେ କାଳିଆ ମତେ ତୁ ବୁଝାଇ
କାହିଁକି ତୋ' ଚକାଆଖି ?
କାହିଁକି ବସିଛୁ ବଡ଼ ଦେଉଳରେ
କଜଳର କଳା ମାଖି ।
କହରେ କାଳିଆ ମତେ ତୁ ବୁଝାଇ
ଆଖିରେ ତୋ' କାହିଁକି ପଡେନି ପଲକ?
କଂସାଏ ପଖାଳରେ ପେଟ ପୁରିଥାଏ
ଛପନ ଭୋଗରେ ନ ମରେ ତୋ' ଭୋକ ।
କହରେ କାଳିଆ ମତେ ତୁ ବୁଝାଇ
କାହିଁକି ଦେହ ରଙ୍ଗ କଳା ତୋର ?
ସାରା ସଂସାରକୁ ସୌନ୍ଦର୍ଯ୍ୟେ ଗଢ଼ିଲୁ
ନିଜକୁ ତୁ କରି ଅସୁନ୍ଦର ।
କହରେ କାଳିଆ ମତେ ତୁ ବୁଝାଇ
କାହିଁକିରେ ଅଧାଗଢା ତୋ' ସ୍ୱରୂପ?
ହସ୍ତ ପାଦ ଦେଇ ସଭିଙ୍କୁ ଗଢ଼ିଛୁ
ନିଜକୁ କରିଛୁ ପଙ୍ଗୁ ରୂପ।
ତୋର ଲୀଳା ଖେଳା ତୋର ଆଦିଅନ୍ତ
ତତେ ହିଁ ସବୁତ ଜଣା
ଲୀଳାମୟ ଠାକୁର ତୁ ,
ତୋ' ଉତ୍ତର ଖୋଜିଲେ
କ୍ଷୁଦ୍ର ମସ୍ତିଷ୍କ ମୋ ହୋଇଯିବ ବାଟବଣା।
