Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Romance Classics Fantasy

4.5  

Prahallad Sahoo

Romance Classics Fantasy

ତୁମ ଚା' ପ୍ରତୀକ୍ଷାରେ

ତୁମ ଚା' ପ୍ରତୀକ୍ଷାରେ

1 min
261



କପେ ଚା ଦେଇ ଦେଲନି ଯେ 

ସାରା ଜୀବନ ତୁମ ପଣତ କାନିରେ ବାନ୍ଧିଦେଲ

ପଦେ କଥା କହି ଦେଲନି ଯେ 

ମନ ଦରଜରେ ଅଭୂଲା ସ୍ମୃତି ହୋଇ ରହିଗଲ।

ଚା କପର ବାଷ୍ପରେ ଧୂମ୍ରାଭ ସୀମାରେଖା

ସେପଟେ ସତେକି ଛାୟା ରାଣୀ

ଏପାଖେ ଅପେକ୍ଷିତ ଆଗନ୍ତୁକ 

ଘଞ୍ଚ ନିରବତାରେ ରଚୁଥିଲା ଅଦୃଶ୍ଯ କାହାଣୀ।


ସ୍ବର୍ଣ୍ଣ ଚମ୍ପା ଫୁଲ ପରାଏ 

ତୀକ୍ଷ୍ଣ ନାସିକାରୁ ପ୍ରବହମାନ ଦୀର୍ଘଶ୍ବାସ 

ଅନନୁମେୟ ସୁନ୍ଦରତାରେ 

ଅବିଶ୍ବାସନୀୟତାରୁ ପରଖୁଥାଏ ବିଶ୍ବାସ। 

ଅପରୂପ ଚନ୍ଦ୍ର ବଦନ 

ଚମ୍ପା ଫୁଲର ରଙ୍ଗରେ ରଙ୍ଗାୟୀତ 

ଅହେତୁକ ଅଙ୍ଗ ସୌଷ୍ଠବ 

ଚମ୍ପା ଫୁଲିଆ ବାସ୍ନାରେ ବାସ୍ନାୟିତ।


ଧୂମ୍ର କୁଣ୍ଡଳୀର ସୀମାରେଖା ଅତିକ୍ରମୀ

ତୁମ ସୌନ୍ଦର୍ଯ୍ଯତା ଉଦ୍ଭାସିତ 

କୁନ୍ଦ ଦନ୍ତୀ ଆଗୋ ଚପଳା ରାଜ ହଂସୀ

ସୁଢଳ ବକ୍ଷୋଜେ ମନ ମୋହିତ।

ସ୍ମିତହାସ୍ଯେ ଆଗୋ ଚାରୁ ଭାଷୀ  

ଧାଡିଏ କଥା - "ଚା ନିଅନ୍ତୁ ଆଜ୍ଞା"

ଶିହରଣେ ମନ ଗହ୍ଵର ଭେଦ କରି 

ହୃଦୟର ନିଭୃତ କକ୍ଷରେ ସ୍ପର୍ଶ କଲା।

ସେହି ସ୍ପର୍ଶ କାତର ଅଭୁଲା ବାଣୀ

ଆଉ ତୁମ ରୋମାଞ୍ଚିତ ଚକ୍ଷୁ ଦ୍ବୟ 

ସେହି ରୂପ ଲାବଣ୍ୟର ଅପୂର୍ବ ଠାଣି

କିଣିନେଲା ସେଦିନ ମୋ ହୃଦୟ।




Rate this content
Log in

Similar oriya poem from Romance