STORYMIRROR

Jasoda Majhi

Romance

3  

Jasoda Majhi

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
673


ଆସିଥିଲ ଯେବେ ଜୀବନରେ ମୋର

ଲାଗୁଥିଲ ଭାରି ପ୍ରିୟ

ଧିରେ ଧିରେ ଆମ ଭିତରେ ଦୂରତା

ହେଇ ଆସୁଥିଲା କ୍ଷୟ l


ତୁମେ ମତେ କ'ଣ ଭାବିଲ କେଜାଣି

ମନେ ମୋର ପ୍ରେମ ଥିଲା

ତୁମରି ଓଠରୁ ଶୁଣିବାକୁ ବୋଧେ

ମୁହଁ ମୋ ତୁନି ରହିଲା ।


ପ୍ରକାଶ କରିବ କେବେ ତୁମ ପ୍ରେମ

ଅପେକ୍ଷାରେ ଥିଲା ମନ

ଆଇ ଲଭ ୟୁ ବୋଲି ଯେବେ କହିଦେଲ 

ହେଇଗଲ ପ୍ରିୟ ଜନ ।


ପ୍ରଥମ ଥର ମୁଁ ପ୍ରେମରେ ପଡିଛି

ନିସ୍ଵାର୍ଥ ମୋହରି ପ୍ରେମ

ତୁମ ହାତେ ହାତ ଛନ୍ଦି ହୋଇ ସାଥୀ

ରହି ଯାଉ ଚିରଦିନ ।


ଆସିବାର ଥିଲା ଆସିଲ ଜୀବନେ

କରିବନି କେବେ ପର

ସହର ଛାଡ଼ି ମୁଁ ତୁମ ହୃଦୟରେ

କରିଛି ଛୋଟିଆ ଘର ।


Rate this content
Log in

Similar oriya poem from Romance