STORYMIRROR

Prabhati Mahapatra

Romance Inspirational Others

3  

Prabhati Mahapatra

Romance Inspirational Others

ନାଚେ ମୋ ମନ

ନାଚେ ମୋ ମନ

1 min
141


ନାଚି ଯାଏ ମନ   ନାଚେ ଯେ ସପନ

ନାଚେ ମୋ ପାଦ ଘୁଙ୍ଗୁର

ପ୍ରେମରେ ଜିତୁଛି   ପ୍ରେମରେ ହାରୁଛି

ଲିଭି ନାହିଁ ଚାରୁ ତା'ର ।

ସୁନେଲି ସୁନେଲି    ହସ ଖିଲି ଖିଲି

ଓଠରେ ମୋ ମଧୁ ବାସ

ଝୁମି ଝୁମି ଯାଏ   ମନ ମଇନା ମୋ

ବୁଝେନା ପିୟୁଷ ବିଷ ।

ସୀମା ହୀନ ପ୍ରେମ ଲକ୍ଷ୍ୟ ହୀନ ପଥେ

ଏଇ ମନ ହଜି ଯାଏ 

କିଛି ସ୍ନେହ ପାଳେ  କିଛି ତ ମଉଳେ

କିଛି ମନ ତଳେ ରୁହେ

ନିଦ ଭରା ରାତି   ସ୍ବପ୍ନ ଭରା ପ୍ରୀତି

ସାଜିଛି ମୋ ଗଳା ହାର

ନାଚେ ମୋ ପାଦ ଘୁଙ୍ଗୁର ।


ମଥାର ସିନ୍ଦୂର  କେତେ କଥା କୁହେ

ମୋ ବିନା ଜାଣେନା କେହି

ନୀଳ ଆଖି ତଳେ   ଲୁଚାଇ ରଖିଛି

ପ୍ରେମ ସାଗରକୁ ନେଇ ।

ମିଶିବାକୁ ଚାହେଁ ଛୋଟ ନଦୀ ହୋଇ

ତୁମ ହୃଦୟକୁ ପାଇ

ଝୁଲୁ ଥିବ ମନ   ତରଙ୍ଗ ଦୋଳିରେ

ବାହୁ ବନ୍ଧନରେ ରହି 

ତୁମେ ମୋ ଜୀବନେ ସବୁଜ ସୁହାଗ

ମୁଁ ତୁମର ବତୀଘର

ନାଚେ ମୋ ପାଦ ଘୁଙ୍ଗୁର ।



Rate this content
Log in

Similar oriya poem from Romance