ଜାଣେନା କାରଣ ତାର
ଜାଣେନା କାରଣ ତାର
ତୁମେ କାହିଁ ଏତେ ଭଲ ଲାଗ ମୋତେ
ଜାଣେନା କାରଣ ତାର
ଖୋଜେ ରାତିଦିନ ଏଇ ମନ ସତେ
ପାଏନା ମୁଁ ଉପଚାର !!
ସଜଫୁଟା ଫୁଲ ଗୋଲାପ କଢି ମୁଁ
ତୁମେକି ଭ୍ରମର ରାଜା
ଭାବନା ସ୍ପର୍ଶରେ ସ୍ବପ୍ନ ମୋର ଭିଜେ
ବାସ୍ତବରେ ପଡେ ଖୋଜା !!
ହୃଦୟେ ପ୍ରିତୀର ବର୍ଷା ଛିଟା ପଡେ
ଦେହେ ଖେଳେ ଶିହରଣ
ହେଲା କିବା ପ୍ରେମ ଅବା କିବା ରୋଗ
ଅଜଣା ତାର କାରଣ !!