STORYMIRROR

jagabandhu sahu

Romance

3  

jagabandhu sahu

Romance

ପ୍ରପୋଜ୍ ଦିବସ

ପ୍ରପୋଜ୍ ଦିବସ

1 min
188


ବହୁ ଦିନ ହେଲା  ମନେ ମନେ ପ୍ରିୟା 

   ତୁମକୁ ମୁଁ ଭଲପାଏ 

କହିବି କହିବି    ଭାବୁଛି ତୁମକୁ

   ସକାଳରୁ ସଞ୍ଜ ଯାଏ 


କାଳେ ତୁମେ ପ୍ରିୟା ଯିବ ବୋଲି ରାଗି

   କୁହେ ନାହିଁ ମନ କଥା

ତୁମେ ରାଗି ଗଲେ   ଘୋଟିବ ଅନ୍ଧାର 

   ହୃଦୟେ ହୋଇବ ବ୍ୟଥା 


କେତେ ବାଧାବିଘ୍ନ  ଡେଇଁ ମୁଁ ଆସିଛି

   ଆଜି ପ୍ରିୟା ତୁମ ପାସେ 

ଫୁଲଟିଏ ଦେଇ  ମନ କଥା ମୋର 

   କହି ଦେଲି ତୁମ ଆଗେ


ଦୁଃସାହସ ପାଇଁ   କ୍ଷମା ଗୋ କରିବ 

   ହୃଦୟରୁ ଦେଇ ପ୍ରେମ 

ଲେଖି ଦେଲି ଆଜି ଏଇ ମୋ ହୃଦୟେ

   ପ୍ରିୟା ଗୋ ତୁମରି ନାମ



Rate this content
Log in

Similar oriya poem from Romance