STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଅନ୍ତହୀନ ପ୍ରତୀକ୍ଷା

ଅନ୍ତହୀନ ପ୍ରତୀକ୍ଷା

1 min
203

ତୁମେ ଯେବେ ଫେରି ଯାଉଥିଲ

ମୋଠାରୁ ଦୂରକୁ ଦୂରକୁ

ବିପରୀତମୁଖୀ ହୋଇ ମୁହଁକୁ ବୁଲେଇ 

ନିଜକୁ ପଚାରି ଦେଖ

ମୋ ଠାରୁ ମୋ ନିଜକୁ ବି ତୁମ ସାଥେ

ନେଉଥିଲ ତୁମ ଛାତିରେ ଲୁଚେଇ। 


ନା ମୋ ଭିତରୁ ତୁମେ ଯାଉଥିଲ

ନା ତୁମ ଭିତରୁ ମୁଁ ବାହାରି ପାରୁଥିଲି

ଭାବନାର ଅଠାକାଠିରେ 

ଆମେ ଦୁହେଁ ଏମିତି ଲାଖି ରହିଥିଲୁ

ନା ତୁମେ ତୁମେ ହୋଇ ରହିଥିଲ

ନା ମୁଁ ମୁଁ ହୋଇ ରହିଥିଲି 

ଆମେ ଦୁହେଁ ଏକ 'ଆମେ'ର ପରିଚୟରେ

ବାସ୍ ଦୁଇଟି ଅଲଗା ଚେହେରା ମାତ୍ର ଥିଲେ। 


ତଥାପି କାହିଁକି କେଜାଣି 

ତୁମେ ଘାରି ହୋଇଗଲ କେଉଁ ଏକ

ଦ୍ଵନ୍ଦ୍ୱର କଳାଯାଦୁରେ 

ଭାଙ୍ଗିବାକୁ କରିଲ ପ୍ରୟାସ ଏ ଯୋଡ଼ା-ପ୍ରାଣକୁ

ସବୁ ଦୋଷ ଲଦି ଦେଇ ନିୟତି ମଥାରେ 

ମୁଁ ଜାଣେ ନା ତୁମେ ବଞ୍ଚି ପାରିବ

ନା ମୋତେ ମରିବାକୁ ଦେବ ଏଇ ଜୀବନରେ 

କିନ୍ତୁ ଏକଥା ନିଶ୍ଚିତ ଯେ ତୁମେ ନିଶ୍ଚୟ ଫେରିବ

ଓ ମୁଁ ପ୍ରତୀକ୍ଷାର ପୁଷ୍ପଗୁଚ୍ଛ ଧରି

ତୁମ ପାଇଁ ଚାହିଁ ରହିଥିବି

ହେଉ ପଛେ ବୟସର ଶେଷ ପାହାଚରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance