STORYMIRROR

Mitarani Pattnaik

Romance

3  

Mitarani Pattnaik

Romance

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
236

କେବେ ଆସିଥିଲ କେଉଁ ଲଗନରେ ତାହା ମତେ ଜଣା ନାହିଁ

ରହିଗଲ ତୁମେ ହୃଦ ବଖରା଼ରେ ସୁନେଲି ସପନ ହୋଇ |


ସବୁ ଜନମରେ ଆସୁଥିବ ପ୍ରିୟ ମୋର ପ୍ରିୟତମ ହୋଇ

ପ୍ରତି ସମୟରେ ଅନୁଭବ ହୁଏ ତୁମେ ଖରା ମୁ ଛାଇ |


 ମନେ ପଡେ ଆଜି ସେହି ସବୁ ମୋର ଅଭୁଲାଦିନର ସ୍ମୁତି

 ଆଜି ମଧ୍ୟ ପ୍ରିୟ ମନ ମନ୍ଦିରରେ ରଖିଛି ସବୁ ସାଇତି |


 କେମିତି କହିବି ମନ ଖୋଲି ପ୍ରିୟ ସମ୍ଭାଳି ପାରୁନି ଆଉ

 ହୃଦ ମନ୍ଦିରରେ ତୁମରି ବିଚ୍ଛେଦ ଜଳୁଅଛି ଦାଉ ଦାଉ |


 ଯେତେ ମୁଁ ଭାବୁଛି ଭୁଲିବାକୁ ତୋତେ ଭୁଲିପାରୁନି ମନୁ

 ତୁମ କଥା ଖାଲି ବାରମ୍ବାର ଆସେ କୋରି ହୋଇଯାଏ ତନୁ|


ମନରେ ଭାବୁଛି ଆସିଯାଆନ୍ତୁ କି ତତେ ପାଛୋଟି ନିଅନ୍ତି

ଅନ୍ତରରେ ଥିବା ପ୍ରେମ ଫୁଲ ସବୁ ତୋ ପାଖେ ଢାଳି ଦିଅନ୍ତି |


ବିତି ଯାଇଥିବା ଦିବସଗୁଡିକ ସ୍ମୃତି ହୋଇଗଲା ରହି

ଭୁଲିବାକୁ ତୋତେ ଯେତେ ଚେଷ୍ଟା କଲେ ଭୁଲି ପାରୁନାହିଁ ମୁହିଁ |


ସବୁ ଥାଇ ଆଜି ଏକା ଏକା ଲାଗେ ତୋହରି ଅଭାବ ଖାଲି

ମନ ମୋ କହୁଛି ଦିନେ ନା ଦିନେ ଫେରିଆସିବୁ ତୁ ଚାଲି |


ମନରେ ତୋହରି ଏହି କଥାଥିଲା କପଟ କରିଲୁ କାହିଁ

ଛଳନା ପ୍ରେମରେ ବନ୍ଧୁ ବାନ୍ଧିଥିଲୁ କଟିଗଲା ସେଥିପାଇଁ |


ଧାରାଶ୍ରାବଣ ର ଅଶ୍ରୁ ଧାରା ରେ ନୟନୁ ଲୋତକ ବୁହେ

ଭରା ବାଦଲର ଆକାଶଟା ସତେ ତୋ କଥାଟି ମତେ କହେ |  


ଆମ୍ବ ବଉଳର ଡାଳରେ ବସି କୋଇଲିର କୁହୁ ତାନେ  

ବିଗତ ଦିନର ପୁରୁଣା ସ୍ମୁତିକୁ ଭାବୁଛି ମୁଁ ମନେ ମନେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance