STORYMIRROR

Mitarani Pattnaik

Others

3  

Mitarani Pattnaik

Others

ପଣା

ପଣା

1 min
161

ଶୁଣ ସୁଧୀଜନ ଶୁଣ ମନ କର୍ଣ୍ଣ ଆଜି ପଣାକୁ ପିଇବା 

ପଣା ପିଇ ଆମେ ସନ୍ତୁଷ୍ଟ ହୋଇଣ ଗୁଣ ତାହା ଗାଇବା |


ପଣା ସଂକ୍ରାନ୍ତିର ମୁଖିଆ ତୁ ଅଟୁ ଘରେ ଘରେ ପରିଚିତ 

ନାନା ରକମର ପଣା ପିଇ ଜନେ ହୋଇଥାନ୍ତି ତୃପ୍ତ |


ତୁହି ଅଟୁ ପଣା କେଡେ ଭାଗ୍ୟବାନ ଲୋକେ ତୋତେ ପିଇଥାନ୍ତି 

ସମସ୍ତ ପେଟରେ ପଡିଗଲେ ଥରେ କରିଥାଉ ତାଙ୍କୁ ଶାନ୍ତି |


ପଣାର ସ୍ୱାଦକୁ ମଜ଼ା ନେବା ପାଇଁ ମିଳିମିଶି ପିଇଥାନ୍ତି 

ଘରକୁ ଅତିଥି ଆସିଗଲେ ଥରେ ପଣା ତାଙ୍କୁ ଦେଇଥାନ୍ତି |


ଦାଉଦାଉ ଖରା ଖାଇ ଆସିଥିଲେ ମିଳିଲେ ପଣା ଗିଲାସେ 

ହାଲିଆ ତାଙ୍କର ମାରିସାରୀ ଜନେ ବସନ୍ତି ଟିକେ ଉଶ୍ୱାସ |


ଦଣ୍ଡ ଠାକୁରଙ୍କ ପଣାର ସ୍ୱାଦ ଚାଖିଥାଇ ସିଏ ଯାଣେ 

ଥରେ ପିଇ ଦେଲେ ଆଉଥରେ ତାକୁ ପିଇବାକୁ ମନ ଟାଣେ |


ଘୋଳା ଦହି ସାଥେ ଚିନି କିମ୍ବା ଲୁଣ ପିଇ ଦେଲେ ଥରେ ଯିଏ 

ତୃଷ୍ଣା ମେଣ୍ଟି ଯାଇ ଥକା ମରିଯାଏ ଝୁରି ହୋଉଥାଏ ସିଏ |


ବୈଶାଖ ମାସର ପଣା ସଂକ୍ରାନ୍ତିରେ ଘରେ ଘରେ ପଣା ହୁଏ 

ଇଷ୍ଟ ଠାକୁରଙ୍କୁ ଅର୍ପଣ କରି ବାଣ୍ଟିବୁଣ୍ଟି କରି ପିଏ |


ଲେମ୍ବୁ ପଣା କଥା କଣ କହିବି ପେଟ ରୋଗ ଦିଏ ମାରି 

ଝାଡା ପେଟମୋଡା ରୋଗ ହୋଉଥିଲେ ପିଇ ଦେଲେ ଯାଏ ଛାଡି |


ଘୋଳ ଦହି ସାଥେ ନଡ଼ିଆ କଦଳୀ ପାଟିକୁ ଲାଗଇ ମଜ଼ା 

ମନ୍ଦେ ପଣା ମାରିଦେଲେ ଥରେ ମନ ହୋଇଯାଏ ତାଜା |


ନବାତ ସହିତ ବେଲ ମିଶି କରି ଘାଣ୍ଟି କରିଦେଲେ ପଣା 

ଚାଖିଥାଏ ଯିଏ ବେଲ ପଣାଟିକୁ ତାର ସ୍ୱାଦ ତାକୁ ଜଣା |


ଗଞ୍ଜେଇ ପଣାର କି ଗୁଣ କହିବି ତାକୁ ପିଇ ଦେଲେ ଥରେ 

ଦିନ ରାତି ଖାଲି ନାମ ଘୋଷୁଥାଏ ହରେ ରାମ ହରେ ହରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍