ପ୍ରେମ
ପ୍ରେମ
ପ୍ରେମ ଅଟେ ସିନା ଦୁଇଟି ଅକ୍ଷର
ଦୁଇ ଆତ୍ମାର ମିଳନେ ସୃଷ୍ଟି ହୁଏ,
ପ୍ରେମ ଭାବନାରେ ଗରିବ କୁଟୀର
ମହଲ ସେ ହୋଇଯାଏ ।
ପ୍ରେମ ପାଇଁ ସିନା ଅକୁହା କଥାଟି
ନକହି ବି ଜଣାପଡ଼େ ,
ଜୀବନର ଶୁଷ୍କ ପଡ଼ିଆରେ
ସବୁଜିମା ଭରିଯାଏ।
ପ୍ରେମ ମାନେ ନାହିଁ ଉଚ୍ଚନିଚ୍ଚର ବିଚାର
ମାନେ ନାହିଁ ବାଡ଼ବତା ,
ନ କହିଲେ ମଧ୍ୟ ସବୁ ଜଣାଯାଏ
ହୃଦୟର ସବୁ ବ୍ୟଥା।
ଦୁଃଖିର ବେଦନା ଦେଖି କରି ଯେବେ
ଆଖିରୁ ଝରିଯାଏ ଦି ଟୋପା ଲୁହ ,
ପ୍ରେମ ପାଇଁ ସିନା ସବୁ ବୁଝିହୁଏ
ପର ହୃଦୟର କୋହ।
ପର ପାଇଁ ଯିଏ ସବୁ ଯନ୍ତ୍ରଣାକୁ
ବିନା କୁଣ୍ଠାରେ ସହିଯାଏ
ନ ଦେଖିଲେ ଥରେ ଏ ପ୍ରେମ ପାଇଁ ମନ
ସବୁବେଳେ ବାଉଳା ହୁଏ।
ପର ପାଇଁ ଜୀବନଟା ଯେବେ
ଶୁନ୍ୟତାରେ ଭରିଯାଏ
ପ୍ରେମ ଥିବାରୁ ଯେ କିଛି ଦିନର ଶୂନ୍ୟସ୍ଥାନ
ମାସ ବର୍ଷ ପରି ଜଣା ଯାଏ।
ଯିଏ ଯାହାକୁ ଜୀବନରେ ଯଦି
ସତରେ ଯଦି ପ୍ରେମ କରୁଥାଏ
ନିଜ ପ୍ରେମୀ ପାଇଁ କେବେ ହାରିଗଲେ ମଧ୍ୟ
ସେଥିରେ ଆନନ୍ଦ ପାଏ।
ପ୍ରେମ ଥିଲେ ବନ୍ଧୁ ନିଜ ଭିତରେ
କେବେ ତୁ ତୁ ମେମେ ନ ଥାଏ
ତାର ଭଲ ପାଇଁ କରିଥାଏ ଚିନ୍ତା
ଯାହାକୁ ସେ ଭଲ ପାଏ।
ଯିଏ ଅନ୍ୟ ପାଇଁ ଦରକାର ବେଳେ
ଜୀବନ ଦେବାକୁ ପ୍ରସ୍ତୁତ ଥାଏ
ପ୍ରେମ ଥିବାରୁ ସିନା ଦୁଇ ଆତ୍ମା ଭିତରେ
ଏତେ ନିବିଡତା ସୃଷ୍ଟି ହୁଏ।