ଶୂନ୍ୟତା
ଶୂନ୍ୟତା


ପ୍ରଦୋଷ ସମୟେ
ତଟିନୀ ତଟରେ
କମ୍ପନ ନୀରବତା
ସମୀର ହିଲ୍ଲୋଳେ
ଝରି ପଡୁଥିଲା
ଲୋତକ ବିନ୍ଦୁ
ଅଣନିଶ୍ୱାସୀ ହୋଇ
ଗୋଟିଏ ମୁହୂର୍ତ୍ତ ମଧ୍ୟରେ
ଅନ୍ତର୍ଦୃଷ୍ଟିର ସହ
ସ୍ପର୍ଶ କରୁଥିଲି
ମୋ ଶିରା ପ୍ରଶିରାକୁ
ନିର୍ଜନତାରେ ଖୋଜୁଥିଲି ନିଜକୁ
ବ୍ୟଥାରେ ,ଯନ୍ତ୍ରଣାରେ ଜର୍ଜରିତ
ng>ଅନୁଚ୍ଚାରିତ ଶବ୍ଦ ସମଗ୍ର ସତ୍ତାର ନିଷ୍କ୍ରିୟ ଚେତନାରେ ଅବିରତ ,ଅବିଚଳିତ ଓ ଅନାସକ୍ତ ଶରୀର ପରିସ୍ଥିତିର ଗଭୀରତା ବୁଝି ଓଠ ହସେ ନୁହେଁ ଉଛୁଳା ଲୁହରେ ଢାଳୁଥିଲା ମୌନ ଅଭିମାନ ଶୁଭୁଥିଲା ଦଗ୍ଧୀଭୂତ ବୁକୁତଳେ ପ୍ରୀତିର ଫଲ୍ଗୁ ସ୍ୱପ୍ନିଳ ବାସ୍ତବର ଫେଣ୍ଟାଫେଣ୍ଟି ଦିବ୍ୟ ଅନୁଭବ l