STORYMIRROR

Sanjukta Parida

Abstract

3  

Sanjukta Parida

Abstract

ଶୂନ୍ୟତା

ଶୂନ୍ୟତା

1 min
130

ପ୍ରଦୋଷ ସମୟେ 

ତଟିନୀ ତଟରେ 

କମ୍ପନ ନୀରବତା 

ସମୀର ହିଲ୍ଲୋଳେ 

ଝରି ପଡୁଥିଲା 

ଲୋତକ ବିନ୍ଦୁ 

ଅଣନିଶ୍ୱାସୀ ହୋଇ 

ଗୋଟିଏ ମୁହୂର୍ତ୍ତ ମଧ୍ୟରେ 

ଅନ୍ତର୍ଦୃଷ୍ଟିର ସହ 

ସ୍ପର୍ଶ କରୁଥିଲି 

ମୋ ଶିରା ପ୍ରଶିରାକୁ

ନିର୍ଜନତାରେ ଖୋଜୁଥିଲି ନିଜକୁ 

ବ୍ୟଥାରେ ,ଯନ୍ତ୍ରଣାରେ ଜର୍ଜରିତ 

ଅନୁଚ୍ଚାରିତ ଶବ୍ଦ 

ସମଗ୍ର ସତ୍ତାର 

ନିଷ୍କ୍ରିୟ ଚେତନାରେ 

ଅବିରତ ,ଅବିଚଳିତ ଓ 

ଅନାସକ୍ତ ଶରୀର 

ପରିସ୍ଥିତିର ଗଭୀରତା ବୁଝି 

ଓଠ ହସେ ନୁହେଁ

ଉଛୁଳା ଲୁହରେ ଢାଳୁଥିଲା 

ମୌନ ଅଭିମାନ 

ଶୁଭୁଥିଲା ଦଗ୍ଧୀଭୂତ ବୁକୁତଳେ

ପ୍ରୀତିର ଫଲ୍ଗୁ 

ସ୍ୱପ୍ନିଳ ବାସ୍ତବର ଫେଣ୍ଟାଫେଣ୍ଟି 

ଦିବ୍ୟ ଅନୁଭବ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sanjukta Parida

Similar oriya poem from Abstract