ଶେଷ କ୍ଷତ ଆଉ ଶେଷ କଥା
ଶେଷ କ୍ଷତ ଆଉ ଶେଷ କଥା
ଚାଲ କେବେ ଦିନେ ଯିବା ସାଗର କୂଳକୁ,
ନିର୍ଜନରେ ଏକ ସଞ୍ଜ କିଣିବାକୁ
ଭଲ ଲାଗୁ ନାହିଁ ଜୀବନ ଚାଲିରେ,
ଇଚ୍ଛାବିତ ନାହିଁ ଆଉ ଅଙ୍କ କଷିବାକୁ ।
ତୁମେ ସମୁଦ୍ର ଆଡେ ହାତଠାରି
ମୋତେ ଦେଖଉଥିବ ଲହରି
ମୁଁ ବୁଝିଯିବି କୂଳ ଛୁଇଁ
ଫେରିବାକୁ ହବ ସଭିଙ୍କୁ
ଏ ମଣିଷ, ଜୀବନ ଆଉ
ସମ୍ପର୍କ ଠିକ୍ ଏଇ ଢେଉ ପରି।
ଧିରେ ଧିରେ ଭାଙ୍ଗୁଥିବି ମୁଁ,
ତୁମେ ଯୋଡୁଥିବ ନିରବତା,
ଛାତି ତଳ ଅଦୃଶ୍ୟ ଯନ୍ତ୍ରଣା
ସବୁ ଯଦି ପାଲଟେ କବିତା ।।
ମୋ ଅବନ୍ତିତ ଭାଗ୍ୟକୁ ନିଦ୍ଦି
ହୁଏତ ମୁଁ ମାଗିପାରିବିନି
ନିବିଡ ଆଲିଙ୍ଗନ ଟିଏ,
ତୁମେ କଣ ମୋ ଆଖିର ଭାଷାକୁ ବୁଝି
ତୁମ ଦୁଇ ବାହୁ ବଢ଼େଇଦବ ଅନାୟଶରେ।।
ମୋ ତତଲା ଲୁହ ସବୁ ତୁମ ସାର୍ଟକୁ ଡେଇଁ
ତୁମ ଦେହ ଓ ମନକୁ ଝରିଗଲା ବେଳେ
ମୋ ଅଲେଖା କେଶକୁ କାନରେ
ଜାକି ଦେଉ ଦେଉ
ସେ ଲୁହର କାରଣ ପଚାରିବନି
କେବେବି ଭୁଲରେ l
ସେ ଯନ୍ତ୍ରଣା ପାଇଁ ତୁମ ଆହା ପଦେ
ଆଉ ଏକ ନୂଆ କ୍ଷତ ସୃଷ୍ଟି କରିବ,
ହୁଏତ ସେ କ୍ଷତର ନାମ ହୋଇପାରେ ପ୍ରେମ !
ପ୍ରେମ ଏକ ଗମ୍ଭୀର ଦରଜ ବୋଲି
ତୁମେ ହିଁ ତ ଅନୁଭବ କରେଇଥିଲ
ଆଚ୍ଛା ପ୍ରେମରେ ସର୍ତ୍ତ କି ନିୟମ ବୋଲି କିଛି ଥାଏ କି?
କୁହତ କେଉଁଠି ଲେଖା ଅଛି l
ସବୁ ନଈ ଭାଗ୍ୟରେ ଯେ ସାଗର ଟିଏ ଅଛି!
ମୁଁ ତୁମକୁ ନିଶବ୍ଦ ରେ ଡାକେ,
ପବନରେ ଖବର ନିଏ,
ନୀରବରେ ଭଲମନ୍ଦ ବୁଝେ l
ତୁମେ ଜାଣ ତୁମ ନଥିବାରେ ହିଁ
ମୁଁ ତୁମକୁ ବେଶୀ ବେଶୀ ଭଲପାଏ
ହେଲେ ଏଇଟା ହୁଏତ ଶେଷ ଥର
ଏମିତି ପ୍ରେମ ଆଉ ହବନି ଥରେ
ବିଶ୍ୱାସ ଭାଙ୍ଗିଗଲା ପରେ l