ଶେଫାଳୀର ସ୍ବପ୍ନ
ଶେଫାଳୀର ସ୍ବପ୍ନ
ରାତିର କଥାକୁ ଅବିଶ୍ରାମେ
ଜ୍ୟୋସ୍ନାର ସହସାରେ
ବିସ୍ତାରିତ ହୃଦୟକୁ
ଛୁଇଁ ପାରୁଥିବା ଦୀର୍ଘଶ୍ୱାସ ଟିଏ
ନିଶ୍ଚିତରେ ମହମହ ବାସ୍ନାଟିଏ
କିନ୍ତୁ ଗଙ୍ଗଶିଉଳି l
ଅନ୍ଧକାର ତ ମୋ ସହଚରୀ।
ଆଉ
ତିମିର ମୋ ପାଇଁ ଅଲୋଡା ।
ମୁଁ କିନ୍ତୁ ନିଶାଚର
କେବଳ ଅନ୍ଧାର ହିଁ ମୋ ନିଜର
ଗଙ୍ଗଶିଉଳି
ମୁଁ "ଖାଲି ସ୍ବପ୍ନ"ର ବାସ୍ନା
ମହ ମହ ସୁଗନ୍ଧର ଫୁଆରା
ବାସନ୍ତୀର ସ୍ପର୍ଶ
ଆଉ ଫୁଲର ସହର
ମୁଁ ଗଙ୍ଗଶିଉଳି
ମୁଁ ସ୍ୱାଦ ଭେଦ l
ଗଙ୍ଗଶିଉଳୀର ମହକ ତ
ବଣକୁ ବିମୋହିତ କରେ ।
ତୁ ମହକିତ କରୁଥିବା ବଣମଲ୍ଲୀ
ତୁ ତ ସ୍ଥାନରେ ଧନ୍ୟ l
ଧନ୍ୟ ହେଇଥାନ୍ତି ସେହି ଦିନ
ଯେଉଁ ଦିନ
ମନ ମଣିଷର ହୃଦୟକୁ ସ୍ପର୍ଶ କରନ୍ତି l
ପଦ ନୁହେଁ ଏଠି ନିଶାଚର ବୋଲି
ଲେଖା ଥିଲା ଖାଲି ସ୍ବପ୍ନ
ନିଶାରେ ନିଶାରେ ଜୀବନ କଟେନି
ଦିବସ ବି କରେ ଯତ୍ନ l
ଅନ୍ଧାର ବିହୁନେନ ହୁଏ ଆଲୋକ
ଏଠି ଦିବାନିଶି କରେ ଖେଳ
ଯତ୍ନ କଲେ ମିଳିଥାଏ ରତ୍ନ
ଆସିବାର ଅଛି ବେଳ l
ଗଙ୍ଗଶିଉଳି ଝଡିପଡ଼େ ସିନା
ନ ଯାଏ ତାହାର ଗନ୍ଧ
ସୁକ୍ଷ୍ମ ଅଲୋକେ ବିଖରେ ବାସ୍ନା
ବାସୁଥାଏ ମନ୍ଦ ମନ୍ଦ l
କାସ୍
ମୋ ଜୀବନ ଏମିତି ହୁଅନ୍ତାକି l
ଜୀବନ ଜାଣେନି ଜିଣିବା ବାଟକୁ
ସଂଘର୍ଷ ଜଳାଏ ନିଆଁ
କୁହୁଁଲୁ କୁହିଁଲୁ ସୀଖା ଉଠିଥାଏ
ଜାଳିବାକୁ ପଡେ ହିଆ l
ବହୁଳ ଦୁଃଖର ଫୁଆରା ଦେଇ
ଗଢିବାକୁ ହୁଏ ଦିନ
କିଏ ନାହିଁ ଏଠି ଦୁଖଃ ବିହୁନେ
ବୁଝେଇବ ପୋଡା ମନ l
ପ୍ରତ୍ୟକ କୂଳ ଖାଇଲାଣି ପାଣି
ସତେକି ଆସିଛି ବଢ଼ି
କେତେ ମରୀଚିକା ସମୁଦ୍ର ପାଲଟି
ସହର ଉଠିଚି ଗଢ଼ି l
ବୃଥା ନୁହଁ ଭାଵ କେ ଜାଣେ କା' ଭାଵ
କେ ହଜିଛି କେଉଁ ଘାଟେ
ଦୃଷ୍ଟିକୁ ଆସିଲେ ହୁଏ ତ ବୁଝାଇ
ଅସଜଡ଼ା କେଉଁ ବାଟେ l
