STORYMIRROR

Narendra Sahu

Fantasy Others

3  

Narendra Sahu

Fantasy Others

ଶେଫାଳୀ ଜୀବନ

ଶେଫାଳୀ ଜୀବନ

1 min
14.1K


ଗହନ ଅନ୍ଧାରେ ଫୁଟି ବାସେ ଧୀରେ

ସୁଗନ୍ଧିତ ବାସ ନେଇ,

ଯାଦୁ ମହକରେ ବାନ୍ଧି ଦେଇପାରେ

କ୍ଷଣେ ଉନ୍ମାଦନା ଦେଇ।

ଶେଫାଳି ଫୁଲ ସେ ନୁହେଁ ଆଉ କିଏ

ଫୁଟଇ ଅଳପ କାଳ,

ଦେଖିବା ଆଗରୁ ଉଷାର ଆଲୋକ

ଝରି ପଡେ ସରେ କାଳ।

ଅବଶୋଷ ତାର ନ ପାଏ ଆଦର

ଠାକୁର ଗଳାରେ କେବେ,

ଝରିଗଲା ପରେ ନିଏ ନାହିଁ ନରେ

ନିଜେକୁ ନିଜେ ସେ ଭାବେ।

ପରିଚୟ ପରା ସୁଗନ୍ଧରେ ଭରା

ଫୁଟିଲେ ବି ଦୂର ଦେଶେ,

ଭୂଣୁ ଭୂଣୁ ଗନ୍ଧେ ସମୀରର ମନ୍ଦେ

ମହକଇ ତା ସୁବାସେ।

ଭାବଇ ଶେଫାଳି ନିଜକୁ ସମ୍ଭାଳି

ଛୋଟ ଆୟୁଷରେ ମୋର,

କରନ୍ତି ନିଜର ଜୀବନ ବିସ୍ତାର

ଟେକ ରଖି ସମାଜର।

ଅହି ଭାବନାରେ ରଖନ୍ତୁ ଠାକୁରେ

ସୁଗନ୍ଧ ଟିକକ ଦେଇ,

ସେଇ ସୁଗନ୍ଧରେ ଜନ ମାନସରେ

ରହୁଥିବି ସଦା ମୁହିଁ।

ଜୀବ ର ଜୀବନ ନୁହଁଇ ସମାନ

ଏଇ ଅଛି ଏଇ ନାହିଁ,

ଶେଫାଳି ର ଭାବ କରିଣ ସ୍ୱଭାବ

ଖୁସି ବାଣ୍ଟୁଥିବା ତହିଁ।

ଗହନ ଅନ୍ଧାରେ ଏହି ସଂସାରରେ

ଜୀଇଁ ଶେଫାଳୀ ଜୀବନ,

ଭବ ସାଗରରୁ ଯିବାର ଆଗରୁ

ଜୀବନ ନ ମଣ ହୀନ।

ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Fantasy