STORYMIRROR

Keshab Chandra Dash

Abstract Fantasy Inspirational

4  

Keshab Chandra Dash

Abstract Fantasy Inspirational

ଶବର ଚିନ୍ତନ

ଶବର ଚିନ୍ତନ

1 min
294

ଶବ ଭାବୁଅଛି ଶ୍ମଶାନକୁ ଗଲାବେଳେ 
ମତେ ଚାରିଜଣ ନେଉଛନ୍ତି ବୋହି,
ମଲାପରେ ମୋର ଶୁଦିନ ଆସିଛି
ମୃତ ଆଜି ମୁହିଁ କିପରି ପାରିବି କହି ?

ଜନ୍ମରୁ ଛୋଟରୁ ବଡ ମୁଁ କରିଛି
ମୋର ଜନ୍ମିତ ଚାରି ସନ୍ତାନ,
ଜୀବ ଥିଲାବେଳେ କେହି ପଚାରି ନାହାନ୍ତି
ଦେଇନାହାନ୍ତି ମତେ ମୋ କଲା ପ୍ରତିଦାନ।

ନିସଙ୍ଗ ଅସହାୟରେ କଟିଛି ଜୀବନ
ଆହା ବୋଲିବାକୁ କେହି ନାହିଁ ,
ଚାରିଚାରିଟା ପୁଅର ବାପବୋଲି ମୁଁ ଯେ 
କାହିଁକି ଗରବ କରିବି ମୁହିଁ?

ମିଛମାୟା ଭରା ସ୍ୱାର୍ଥପର ଦୁନିଆଁରେ 
ଖାଲି ଚାଲିଅଛି ସବୁ ପ୍ରହସନ,
ବଞ୍ଚିଥିବାବେଳେ ଜଣେ କେହି ପଚାରିବେ ନାହିଁ
ମଲାବେଳେ ବୋହି ନେବେ ଚାରିଜଣ ।

ମଲାପରେ ଦେବେ ନାନା ସୁସ୍ୱାଦୁ ଭୋଜନ
ନିଜ ବନ୍ଧୁ,ପରିଜନଙ୍କୁ ଦେବେ ପରଷି,
ମଲାଲୋକ ଏସବୁ ଖାଉଥିଲା ବୋଲି
ଲୋକଙ୍କୁ କହିବେ ହୋଇ ଖୁସି।

ମନୁଷ୍ୟ ଜୀବନ ସାର୍ଥକ ହେବ ଯେବେ 
ବଞ୍ଚିଥିବା ପିତାମାତାଙ୍କର କଲେ ସେବା,
ଖାଲି ଲୋକ ଦେଖାଣିଆଁ ସାର ହେବ ସିନା
ମଲା ପରେ କଲେ ସେଥିରୁ ଲାଭ କି ପାଇବା?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract