STORYMIRROR

Santosh Kumar Nayak

Romance Tragedy Others

4  

Santosh Kumar Nayak

Romance Tragedy Others

ସେଇ....

ସେଇ....

1 min
25

ସେଇ.... 


ସେଇ ଜହ୍ନ ଅଛି

ସେଇ ରାତି ଅଛି

ଫିକା ଆଲୁଅରେ ମୋ ଛାତ ଉପରେ

ତୁମେ ଲେଖିଥିବା ଗୀତି ଅଛି।


ସେଇ ଖରା ଅଛି

ସେଇ ତାତି ଅଛି

ଟାଣ ଖରାବେଳେ ଆମ୍ବ ଗଛ ମୂଳେ

ତୁମେ ଦେଇଥିବା ପ୍ରୀତି ଅଛି।


ସେଇ ବନ ଅଛି

ସେଇ ମନ ଅଛି

ମିଛରେ ମିଛରେ ମୋ' ଗାଲ ଉପରେ

ତୁମେ ଆଙ୍କିଥିବା ଚିହ୍ନ ଅଛି। 


ସେଇ ପ୍ରେମ ଅଛି

ସେଇ ଭ୍ରମ ଅଛି

ଅମାପ ନିଷ୍ଠାରେ ଡାଏରୀ ପୃଷ୍ଠାରେ

ଲେଖିଥିବା ତୁମ ନାମ ଅଛି।


ସେଇ ଆଖି ଅଛି

ସେଇ ସାକ୍ଷୀ ଅଛି

ଅତି ଯତନରେ ମୋ ଆଖି କୋଣରେ

ଲୁହର ଧାର ମୁଁ ଜାକିଅଛି।


ମୁହିଁ ଜିଇଁ ଅଛି

ଆଜି ପିଇ ଅଛି 

ଭଲ ପାଇ ତୁମେ ଭୁଲି ଗଲା ପରେ

ସବୁ ଥାଇ ଲାଗେ ନାହିଁ କିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance