STORYMIRROR

Sunanda Mohanty

Romance

3  

Sunanda Mohanty

Romance

ସ୍ମୃତି ଫୁଲ ବନ

ସ୍ମୃତି ଫୁଲ ବନ

1 min
200

ସ୍ମୃତି ଏକ ଫୁଲବନ 

ଝରା ଶେଫାଳୀ ପୂର୍ଣ୍ଣ 

କେବେ ଗୋଲାପ ଦହନ 

କେବେ ପଦ୍ମ ଗହନ ବନ 

କେବେ ଜୁଇ ଆଚ୍ଛାଦିତ 

କେବେ ଯାଇ ପରାଜିତ 

କେବେ କଦମ୍ବ ଫୁଟେ 

କେବେ ମନ୍ଦାର ଛୁଟେ 

କେବେ ଟଗର ଶୁଭ୍ର 

କେବେ କଇଁ ର ଭାବ 

ଚନ୍ଦ୍ର ଚାହେଁ ଉଙ୍କି ମାରି 

ଫୁଲ ଫୁଟି ଯାଏ ଝରି 

ସେ ସ୍ମୃତି ଫୁଲର ବନ 

କେବେ ଥାଏ ନିର୍ଜ୍ଜନ 

ବାସ୍ନା ରଜନୀଗନ୍ଧାର 

କେବେ ମାଳତୀ ଲତାର 

କେବେ ବୁଣେ ଫୁଲ ଝର 

ସ୍ମୃତି ଗେଣ୍ଡୁ ମଣ୍ଡା ହୁଏ ପର 

ସ୍ମୃତି ଫୁଲ ବନେ ଲକ୍ଷ୍ମୀ ନିତି 

ବୁଲି ସରାଗେ ଫୁଲ ତୋଳନ୍ତି 

କେବେ ସ୍ମୃତି ଫୁଲ ବନେ 

ନାଗରାଜାଙ୍କ ଦଂଶନେ 

ମରିଯାଏ ସ୍ମୃତି ଫୁଲ 

ଝରା ସେବତୀ ତୁଲ୍ୟ 

ସୂର୍ଯ୍ୟମୁଖୀ ସମ ଉର୍ଦ୍ଧମୁଖୀ 

ଫୁଲବନେ ଚମ୍ପା ହେନା କଇଁ 

କାନ୍ଦେ କିଏ ରହି ରହି 

ବୋଧହୁଏ ସ୍ମୃତି ଫୁଲ ବନେ 

ଦେଖି ପ୍ରତିବିମ୍ବ ଛାଇ 

କନିଅର ଟେବୁଲଗୋଲାପ ରହି 

କହନ୍ତି ସ୍ମୃତି ମରେ ଜୀଏଁ ରହି ରହି 

ବଂଚିବା କଳା ଶିଖି ଶିଖାଇ 

ସ୍ମୃତି ଫୁଲ ବନେ ନିଶ୍ୱାସ ନେଇ 

ବଂଚିବାକୁ ବିଶ୍ୱାସ ଅମୃତ ପିଇ 

ସ୍ମୃତି ଫୁଲ ବନ ମହୁମାଛି 

ଗୁଣୁ ଗୁଣୁ ଗୀତ ଗାଈ 

କହେ ସ୍ମୃତି ବିନା ଜୀବନ ନଈ 

ଜୁଆର କି ଭଟ୍ଟା ନାହିଁ 

ସେଥିପାଇଁ ସ୍ମୃତି ଫୁଲ ଫୁଟେ ନିତି 

ଫୁଟି ବଞ୍ଚାଇ ରଖିବା ଶପଥ ନେଇ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance