ଚାଲ୍ ଜହ୍ନରେ କରିବା ଘର
ଚାଲ୍ ଜହ୍ନରେ କରିବା ଘର
ଚାଲ୍ ଆମେ ଜହ୍ନରେ ତୋଳିବା ଘର
ନଥିବ ସେଠାରେ ସମାଜକୁ ଡର
କିମ୍ବା କାହା କଟାକ୍ଷ ନଜର
ଚାଲ୍ ଆମେ ଜହ୍ନରେ ତୋଳିବା ଘର ।
ଦିନର ସୂରୁଜ ଲୁଚିଯିବେ ଯେବେ
ଅସ୍ତାଚଳ ଶୀଖ ତଳେ
ତୁ ଆଉ ମୁଁ ପ୍ରଣୟ ରଚିବା
ଶୀତଳ ଜହ୍ନ ର ଜୋଚ୍ଛନା ତଳେ ।
ତୁ ଯେବେ ଆସିବୁ ଅନ୍ଧାରକୁ ଚିରି
ମୁଁ ଗହନ ନିଦ୍ରାରେ ଶୋଇଥିବି
ନୀଳିମା ଛାତିରୁ ସିଉଁଟିବି ତୋତେ
ତୋତେ ନୀଳ ପରିଟିଏ ଭାବି ନେବି ।
ମନ ହଜିଯିବ ତୋ ପଣତ ତଳେ
ସରିଯିବ ଜୋସ୍ନା ରାତି
ଚାନ୍ଦ ରାଇଜରେ ତୋ ମୋ ପ୍ରୀତି
ରଚିବ ଅକ୍ଷୟ କିର୍ତ୍ତୀ ।
ପ୍ରେମ ଆମ ହେବ ଅକ୍ଷୟ ଶାଶ୍ୱତ
ଜହ୍ନ ଠାରୁ ବି ସୁନ୍ଦର
ସେ ପ୍ରେମରେ ମଜ୍ଜି ହଜିଯିବା ଆମେ
ସେଠି ଗଢିବା ସୁନା ସଂସାର ।