ରୂପଶ୍ରୀ
ରୂପଶ୍ରୀ
1 min
201
ତୁମର ସେ ଇନ୍ଦ୍ରନୀଳ ଆଖି ସରି ନୁହେଁ
ଅଜନ୍ତାର ଅଜସ୍ର ଅପ୍ସରା
ହସିଦେଲେ ଖସିପଡ଼େ କୃଷ୍ଣ ଚୁଡା
ବର୍ଣ୍ଣବିଭା ଚକ୍ରବାଳ ସାରା ।
ବଉଳ ବାସ୍ନାର ଶାଢୀ ଛୁଇଁଯାଏ ଚଇତର ଚୋରା ମଳୟକୁ
ହଳଦୀବସନ୍ତ ତନୁ ମାରିଦିଏ ଫୁଲଶର ପଞ୍ଚ ଇନ୍ଦ୍ରିୟକୁ ।
ସୁଦୀର୍ଘ କବରୀ ତୁମ ଲମ୍ବିଥାଏ
ଆର୍ଯ୍ୟାବର୍ତ୍ତ ଇତିହାସ ପରି
ମୁଖ ଚନ୍ଦ୍ର ଜୋଚ୍ଛନାରେ ଜଳୁ ଥାଏ
ଝିଲିମିଲି ଲଜିତ ଶର୍ବରୀ ।
ରକ୍ତ୍ରାଭ ପାଦ ନୂପୁର ରୁଣୁ ଝୁଣୁ
ରଙ୍ଗାରଙ୍ଗ ଆରବ୍ଯ ରଜନୀ
ତମ ତନୁ ଫଗୁଣରେ ଫୁଲ ଫୁଟେ
ନାନା ଜାତି କାହିଁକି କେଜାଣି ।