STORYMIRROR

rasmi maye pati

Romance

3  

rasmi maye pati

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
214


ବିଦଗ୍ଧ ଜ୍ଵାଳା ରେ ତନୁ

 ଝାଉଁଳି ଯାଉଛି

ରାଜ ହଂସ ପ୍ରେମେ ବନ୍ଧା 

 ଏକ ରାଜହଂସୀ ।


ଅନ୍ତହୀନ ପ୍ରତୀକ୍ଷା ରେ 

 ବିତି ଯାଏ ଯୁଗ

କଠୋର ହୃଦ ରେ ପ୍ରିୟ

  କେତେ ସ୍ଥିତପ୍ରଜ୍ଞ।


ପ୍ରେମ ର ବିରହ ଜ୍ୱାଳା

  ହୃଦୟ କ୍ଷତାକ୍ତ

ମାନମୟୀ ,ଅଭିମାନୀ

 ଅସହ୍ୟ ବିଚ୍ଛେଦ।


ଦୂରେ ଦେଖେ ରାଜହଂସ 

 ମାନ ଅଭିମାନ

ସବୁ ପୁରିଥାଏ ଯହିଁ

 ତା ନାମ ବନ୍ଧନ।


ଏତିକି ବେଳକୁ କିଏ 

  ଛିଞ୍ଚିଲା ପୀୟୂଷ

ଗିରି ଫାଙ୍କେ ଦିନମଣି

  ହୋଇଗଲେ ସୁପ୍ତ।


ନଭ ର ରାଇଜେ ଖେଳେ

  ପୀରତି ର ଛିଟା

ତାକୁ ଦେଖି ରାଜ ହଂସୀ

  ପ୍ରଗଲ୍ଭା ପ୍ରେମିକା।


ଆକଣ୍ଠ ଗ୍ରାସେ ହଂସିନୀ

  ତା ବକ୍ଷ ଉନ୍ମୁକ୍ତ

ଖୋଲିଲା ପାଖୁଡ଼ା ତାର

 ଅନ୍ତରେ ବିମୁଗ୍ଧ।


ଶୀତଳ ଜ୍ୟୋତ୍ସ୍ନା ବିଧୌତ

 ରାଜହଂସୀ ବକ୍ଷ

ସରସୀ ରେ ନୀଳ କଇଁ

  ବାଦଲରେ ଚାନ୍ଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance