Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

saswat subidit sharma

Romance

3  

saswat subidit sharma

Romance

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
179


ଜୀବନର ସେହି ଘଡି ସନ୍ଧୀ ମୁହୁର୍ତ ରେ

ଖୋଜୁଥିଲି ତୁମକୁ ମୁଁ ପ୍ରାଣ ବ୍ୟାକୁଳ ରେ।


ମୋ ତାପିତ ହୃଦୟ ଶୀତଳତା ସ୍ପର୍ଶ ପାଇଁ

ଚାତକ ପରି ଚାହିଁଥିଲା ତୁମକୁ ଅନାଇ।


ଭାବୁଥିଲି ମନେ ମନେ ଏ ଗ୍ରୀଷ୍ମ ଗଗନେ

କାହୁଁ ବରଷିବ ପ୍ରେମ ମୋ ହୃଦ କୁଞ୍ଜବନେ।


ମରୁଭୂମି ସଦୃଶ ମୋ ଶୁଷ୍କ ଶରୀର ରେ

ମରୀଚିକା ସାଜି ତୁମେ ଭ୍ରମୁଥିଲ ଭ୍ରମରେ।


ତୁମ ରୂପ ଗୁଣ ମାନ ଦେଖେ ମୁଁ ସ୍ୱପ୍ନରେ

ଆଙ୍କୁଥାଏ ତୁମ ଚିତ୍ର ମାନଶପଟରେ।


ପ୍ରତୀକ୍ଷା ର ଅନ୍ତେ ବିଭୁ କୃପା ଲାଭ ହେଲା

ଅମା ଆକାସରେ ଯେନ୍ହେ ଚାନ୍ଦ ଉଇଁଲା।


ତୁମ ଆଗମନେ ମନ ଭରିଲା ଉଲ୍ଲାସେ

ନିଶି ପାହି ଗଲେ ଯେନ୍ହେ ରବି ଉଇଁ ଆସେ।


ପ୍ରେମ ବନ୍ୟା କରି ଧୋଇଦେଲ ମରୁ ଯେତେ

ଖୁସି ଆଣିଦେଲ ଏ ଜୀବନେ କାହୁଁ କେତେ।


ଥୁଣ୍ଟା ଗଛ ରେ କି ସତେ ଫୁଟାଇଲ ଫୁଲ

କାଚ କୁ ବି ଦେଲ ତମେ କଞ୍ଚନ ର ମୂଲ।


ପ୍ରଭୁ ପଦ ତଳେ ମୋର ସତତ ପ୍ରାର୍ଥନା

ସଦା ହସୁଥାଓ ତୁମେ ଏହା ହିଁ କାମନା।


ତୁମକୁ ମୁଁ ହାରିଦେବି ଏହା କେବେ ଆଶା ନାହିଁ

ତୁମେ ପରା କୁହ ମତେ ସଦା ପାଶେ ଅଛ ରହି।


Rate this content
Log in

Similar oriya poem from Romance