Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Romance

3  

Prasanta kumar Hota

Romance

ହୋଲି

ହୋଲି

1 min
167



ଫଗୁଣ ଆସେ ଫଗୁ ଧରିକା

ଧରଇ ପ୍ରୀତି ମଙ୍ଗ 

ଚୋରା ପୀରତି କଛପ ଗତି 

ଧରିଲେ ଧରେ ରଙ୍ଗ।

ରଙ୍ଗରେ ରଙ୍ଗ ରଙ୍ଗିବା ପାଇଁ

ବସିଛି ମୁହିଁ ଟାକି

ହୋଲିରେ ହୋଲି ହୋଲି ପରବ

ଆସୁନ କାହିଁ ଜଲ୍ଦି ।


ସରିଲେ ସିନା ପୂର୍ଣ୍ଣମୀ ରାତି

ମୋଉଜ ହୋଲି ହେବ 

ସାତ ରଙ୍ଗର ଯେତେ ବେଭାର 

କେତେ ଆନନ୍ଦ ଦେବ। 

ରଙ୍ଗରେ ରଙ୍ଗ ରଙ୍ଗିବା ପାଇଁ

କେତେ ପୀରତି ପେଖି

ହୋଲିରେ ହୋଲି ହୋଲି ପରବ

ଆସୁନ କାହିଁ ଜଲ୍ଦି ।


ଫଗୁଣେ ତମେ ଆସିଲେ ପରା 

ହାତରେ ଦେବ ଧରା 

ରଙ୍ଗ ପରବ ରଙ୍ଗର ହୋଲି

ରଙ୍ଗରେ ପ୍ରୀତି ଭରା

ରଙ୍ଗ ବୋଳିଲେ ମଙ୍ଗ ଧରିବ

ରାସରେ ଯିବି ଭିଜି

ହୋଲିରେ ହୋଲି ହୋଲି ପରବ

ଆସୁନ କାହିଁ ଜଲ୍ଦି ।


ବରଷ ଗୋଟେ ପରେ ଆସୁଛ 

ହରଷ ହୁଏ ମନ

ନାଗର ହୋଇ ରଙ୍ଗ ବୋଳିଲେ

ଲାଜେ କି ଯିବ ଦିନ।

ରଙ୍ଗ ରଖିଛି ରଙ୍ଗେଇ ହେବି

ଯାଅନି ଲାଜେ ଲୁଚି

ହୋଲିରେ ହୋଲି ହୋଲି ପରବ

ଆସୁନ କାହିଁ ଜଲ୍ଦି ।


ଫଗୁଣେ ଫଗୁ ମହକ ତାର

ଟୁକୁରୁ ଟୁକୁ ଛାତି

ରଙ୍ଗ ସୁଆଙ୍ଗ ପ୍ରେମ ତରଙ୍ଗ 

ଭରୁଛି ଆଣି ତାତି

ପୂର୍ଣ୍ଣମୀ ରାତି ରହିଛି ବାକି 

ନିଦ ଯାଇଛି ହଜି

ହୋଲିରେ ହୋଲି ହୋଲି ପରବ

ଆସୁନ କାହିଁ ଜଲ୍ଦି ।



Rate this content
Log in