STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ଭଲ ପାଉଛି ବୋଲି

ଭଲ ପାଉଛି ବୋଲି

1 min
171

ସବୁ ଜିଦ୍ଦି ତୋର ମାନି ମୁଁ ପାରୁନି

ତୋତେ ଭଲ ପାଉଛି ବୋଲି

ରାଗି ବି ଯାଏ କେବେକେବେ ଟିକେ 

ତୋତେ ଭଲ ପାଉଛି ବୋଲି।।


ଭାବୁଥିବୁ ବଡ଼ ମତଲବୀ ମୋତେ

କେତେବାର କହି ସାରିଛୁ ବି

ସବୁ ଶୁଣି ଅଶୁଣା ମୁଁ କରିଯାଏ

ତୋତେ ଭଲ ପାଉଛି ବୋଲି।।


ତୋ ରାଇଜୁ ଫେରି ଆସେ ଯେବେ

ଚୁପ ଚାପ ଅଜଣା ପରିଚୟ ନେଇ

ଜାଣି ଜାଣି ଜଣେଇନି ଆଜି ଯାଏ

ତୋତେ ଭଲ ପାଉଛି ବୋଲି।


ଆଜି ତୋ ସାମ୍ନାରେ କେତେ ଯେ ଭଅଁର

କେତେ ମଧୂପ ଅନେକ ପ୍ରଜାପତି

ଆକାଶର ଚାନ୍ଦ ପରି ମୁଁ ଚାହିଁଛି

ତୋତେ ଭଲ ପାଉଛି ବୋଲି।।


ଆଣ୍ଠୁ ଉପରେ ରଖିଥା କହୁଣୀକୁ

ପାପୁଲିରେ ଥାପି ଥାଆ ମୁହଁକୁ ତୋ

ଚୁପ ଚାପ ଦେଖୁଥିବି ନିରବରେ

ତୋତେ ଭଲ ପାଉଛି ବୋଲି।।


କହିବାକୁ ଭାଷା ଅଛି ବେସୁମାର

ଓଠ ଖୋଲିଦେଲେ କଥା ସରିଯିବ

ଅସରା ପ୍ରେମ ପସରା ଢ଼ାଙ୍କୁଣୀ ମୁଁ

ତୋତେ ଭଲ ପାଉଛି ବୋଲି।।


ଲେଖୁ ଲେଖୁ ଦିନେ ଶିଖି ଯିବୁ ଯଦି

ରିକ୍ତ କଲମ ରୁ ପ୍ରେମ ନିଗିଡ଼ିବ

ଦେଖୁ ଦେଖୁ ଦିନେ ପରଖି ପାରିବୁ

ତୋତେ ଭଲ ପାଉଛି ବୋଲି।।


ଫେରିଆ ବୋଲି ମୁଁ କେବେ କହିବିନି

ନିଃଶବ୍ଦ ଝଙ୍କାର ସ୍ତବ୍ଧ ଶବଦ ମୁଁ

ସାଜିଥିବି ଆଲୋଡ଼ନ କେନ୍ଦ୍ରବିନ୍ଦୁ 

ତୋତେ ଭଲ ପାଉଛି ବୋଲି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance